ଭଞ୍ଜନଗର: ଶାଶୁଙ୍କ ସହ ଟ୍ରେନ୍ ରେ ବ୍ରହ୍ମପୁର ଷ୍ଟେସନରୁ ନାଗାଲାଣ୍ଡ ର ଡିମାପୁର କୁ ଯାଉଥିଲେ ବୋହୁ । ବାଲେଶ୍ୱର ନିକଟରେ ଶାଶୁ ଜାଣିବାକୁ ପାଇଲେ, ସାଥିରେ ଥିବା ବୋହୁ ଟ୍ରେନ୍ ରେ ନାହାନ୍ତି । ଦୁଇଦିନ ଧରି ଖୋଜାଖୋଜି କରିବା ପରେ ମଧ୍ୟ, ନିଖୋଜ ମହିଳାଙ୍କ କୈ।ଣସି ସନ୍ଧାନ ମିଳିନାହିଁ । ଭଂଜନଗର ନିକଟସ୍ଥ ବାଉଁଶଲୁଣ୍ଡି ର ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ । ଗୁରୁବାର ଦିନ ଭୋର ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଡିମାପୁର ଯିବାପାଇଁ ମା” ଓ ସ୍ତ୍ରୀଙ୍କୁ ଟ୍ରେନରେ ବସାଇ, ଭଂଜନଗର ଫେରି ଆସିଥିଲେ ଦୁଷ୍ମନ୍ତ । ଯାଉଥିବା ସମୟରୁ ମା’ ଏବଂ ସ୍ତ୍ରୀ ଙ୍କ ସହ ଫୋନ୍ ରେ ଯୋଗାଯୋଗରେ ଥିଲେ । ବାଲେଶ୍ୱର ନିକଟରେ ଟ୍ରେନ ପହଞ୍ଚିବା ପରେ, ମା” ଙ୍କ ଠାରୁ ଜାଣିବାକୁ ପାଇଲେ, ଦେହ ଅସୁସ୍ଥ ହେବାରୁ ସ୍ତ୍ରୀ ଟ୍ରେନରୁ ଓହ୍ଲାଇଥିଲେ । ତା’ପର ଠାରୁ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରିନାହିଁ । ଖବର ପାଇବା ସଙ୍ଗେ ସଙ୍ଗେ ଶୁକ୍ରବାର ଦିନ ଦୁଷ୍ମନ୍ତ ବାଲେଶ୍ୱର, ଯାଜପୁର ପର୍ଯ୍ୟନ୍ତ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ, ସ୍ତ୍ରୀଙ୍କ ର ସନ୍ଧାନ ମିଳିନଥିବା । ଏ ସଂକ୍ରାନ୍ତରେ ଶନିବାର ଦିନ, ବ୍ରହ୍ମପୁର ଷ୍ଟେସନରେ ନିଖୋଜ ମାମଲା ନେଇ ଲିଖିତ ଅଭିଯୋଗ କରିବେ । ହସ୍ତଗତ ହୋଇଥିବା ସୂଚନା ପ୍ରକାରେ, ମା’ ଏକା ଟ୍ରେନରେ ବସି ଡିମାପୁର ଠାରେ ଓହ୍ଲାଇ ସାରିଛନ୍ତି । ପୋଲିସର ତଦନ୍ତ ପରେ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ନିଖୋଜ ଥିବା ମହିଳା ସାଗରିକା ପ୍ରଧାନଙ୍କ ସଂକ୍ରାନ୍ତରେ ସନ୍ଧାନ ମିଳିଲେ ୯୧୧୪୬୨୦୬୭୦ ଫୋନ୍ ଯୋଗେ ଜଣାଇବାକୁ ନିବେଦନ କରିଛନ୍ତି , ଦୁଷ୍ମନ୍ତ ପ୍ରଧାନ । ଦୁଷ୍ମନ୍ତ ଭଂଜନଗର ଅଞ୍ଚଳର ଜଣେ ସାମ୍ବାଦିକ ଏବଂ ଖବରକାଗଜ ବିତରକ ଭାବେ କାମ କରୁଛନ୍ତି । ଏ ସଂକ୍ରାନ୍ତରେ ଓଡିଶାର ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ।
