ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ୍ଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହା ନୂଆଦିଲ୍ଲୀ ଏବଂ ମସ୍କୋକୁ ସେମାନଙ୍କର ପ୍ରତିରକ୍ଷା ସହଯୋଗ ଏବଂ ଶକ୍ତି କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆଉ ଏକ ସୁଯୋଗ ପ୍ରଦାନ କରିଛି। ପୁଟିନ୍ ଶୁକ୍ରବାର ଭୋର ସମୟରେ ଦିଲ୍ଲୀର ପାଲାମ୍ ବାୟୁସେନା ଷ୍ଟେସନ୍ରେ ପହଞ୍ଚିଥିଲେ, ଯେଉଁଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ସହ ସଂଘର୍ଷ ଆରମ୍ଭ ହେବା ପରଠାରୁ ଭାରତକୁ ପୁଟିନ୍ଙ୍କର ଏହା ଦ୍ୱିତୀୟ ଗସ୍ତ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଦିନର ପରବର୍ତ୍ତୀ ସମୟରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ଙ୍କ ସହ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ କରିବେ। ୧୮ତମ ବ୍ରିକ୍ସ ସମ୍ମିଳନୀ ବିଷୟରେ କହିବାକୁ ଗଲେ, ଭାରତ ଚଳିତ ବର୍ଷ ପାଇଁ “ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ’କୁ ଏହାର ମୁଖ୍ୟ ବିଷୟବସ୍ତୁ (ଥିମ୍) ଭାବରେ ଗ୍ରହଣ କରିଛି। ସେପ୍ଟେମ୍ବର ୧୨-୧୩ ତାରିଖରେ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟମାନଙ୍କ ମଧ୍ୟରେ ସହଯୋଗକୁ ଗଭୀର କରିବା ଏବଂ ଗୋଷ୍ଠୀର ବ୍ୟାପକ ଅର୍ଥନୈତିକ ଓ ବିକାଶମୂଳକ ପ୍ରାଥମିକତାକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ହେଉଥିବା ଏହି ସମ୍ମିଳନୀ ଏପରି ଏକ ପରିବେଶରେ ଅନୁଷ୍ଠିତ ହେଉଛି ଯେଉଁଠାରେ ବିଶ୍ୱ ଅର୍ଥନୀତି ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ପଶ୍ଚିମ ଏ ପୁଟିନ୍, ପେଜେଶକିଆନ୍, ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ୍, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋୱୋ ସୁବିଆଣ୍ଟୋ, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ୍ ଏଲ୍-ସିସି, ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍, ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍, ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍ଗ୍ ଏହି ସମ୍ମିଳନୀରେ ଯୋଗ ଦେଉଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।
