ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ପାଇଁ ଶୁକ୍ରବାର ଦିନ ଭାରତ ଗସ୍ତ ଆରମ୍ଭ କରିଛନ୍ତି। ଉଭୟ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବେ ବୋଲି ଆଶା କରାଯାଉଛି। ପୁଟିନ୍ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି। ବିମାନବନ୍ଦରରେ ରାଷ୍ଟ୍ରମନ୍ତ୍ରୀ କେ.ଭି. ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ଭାଗୀଦାରୀ ଉପରେ ଆଧାରିତ ବହୁମୁଖୀ ଓ ଦୀର୍ଘସ୍ଥାୟୀ ସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ “ଏକ୍ସ (ଟ୍ୱିଟର) ରେ ଏକ ପୋଷ୍ଟରେ କହିଛନ୍ତି। ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ବାହାରେ କୌଣସି ବ୍ରିକ୍ସ ସମ୍ମିଳନୀରେ ପୁଟିନ୍ଙ୍କର ଏହା ପ୍ରଥମ ସିଧାସଳଖ ଅଂଶଗ୍ରହଣ ହେବ।
ଶନିବାରଠାରୁ ଭାରତର ଆୟୋଜନରେ ହେବାକୁ ଥିବା ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀରେ ଖାଦ୍ୟ, ଶକ୍ତି, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ହ୍ରାସ ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ସାମୂହିକ ସାମର୍ଥ୍ୟ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ବୋଲି ଆଶା କରାଯାଉଛି। ଏଥିସହିତ, ବିଭାଜିତ ଭୂ-ରାଜନୈତିକ ପରିସ୍ଥିତିର ମୁକାବିଲା ପାଇଁ ଭାରତ ଏହି ଗୋଷ୍ଠୀକୁ ଏକ ପ୍ରଭାବଶାଳୀ ମାଧ୍ୟମ ଭାବରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। ଋଷ-ୟୁକ୍ରେନ୍ ଯୁଦ୍ଧ, ପଶ୍ଚିମ ଏସିଆ ସଙ୍କଟ (ବିଶେଷକରି ହରମୁଜ୍ ପ୍ରଣାଳୀ ଅବରୋଧ) ଏବଂ ଟ୍ରମ୍ପ ପ୍ରଶାସନର ବାଣିଜ୍ୟ ଓ ଶୁଳ୍କ ନୀତିର ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେଉଥିବା ବିଶ୍ୱ ଅର୍ଥନୀତିର ପୃଷ୍ଠଭୂମିରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମର ବିଶେଷତ୍ୱ

ଏହି ସମ୍ମିଳନୀରେ ଯୋଗଦେବାକୁ ଥିବା ପ୍ରମୁଖ ବିଶ୍ୱ ନେତାମାନଙ୍କ ମଧ୍ୟରେ ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍-ସିସି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍, ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଏହି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାରତୀୟ ଅଧ୍ୟକ୍ଷତାରେ ଉପସ୍ଥାପିତ ବିଭିନ୍ନ ପଦକ୍ଷେପ ତଥା ରାଜନୀତି ଓ ସୁରକ୍ଷା, ଅର୍ଥନୀତି ଓ ଆର୍ôଥକ କ୍ଷେତ୍ର ଏବଂ ସାଂସ୍କୃତିକ ଓ ମାନବୀୟ ସମ୍ପର୍କ କ୍ଷେତ୍ରରେ ଈଜଓଉଝର ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାର ସମ୍ଭାବନା ଉପରେ ଆଲୋଚନା କରିବା ପାଇଁ ବ୍ରିକ୍ସ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। “ଟାସ୍’ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ରୁଷର ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା, ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ ଏବଂ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍-ସିସିଙ୍କ ସମେତ ଅନେକ ଆନ୍ତର୍ଜାତୀୟ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପିଟିଆଇ ଅନୁଯାୟୀ, ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ସମୟରେ ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କୌଣସି ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ବୈଠକର କାର୍ଯ୍ୟସୂଚୀ ସ୍ଥିର କରାଯାଇନାହିଁ; ତେବେ ଉଭୟ ନେତାଙ୍କ ମଧ୍ୟରେ ଏକ ସଂକ୍ଷିପତ୍ତ ଅନୌପଚାରିକ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି।
