ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୨୪ତମ ମ୍ୟାଚ୍ରେ ମୁମ୍ବାଇକୁ ପଞ୍ଜାବ ୭ ୱିକେଟ୍ରେ ପରାସ୍ତ କରିଛି। ୱାଙ୍ଖେଡେ ଷ୍ଟାଡିୟମରେ ୧୯୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରି ପଞ୍ଜାବ ଦଳ ସଫଳତା ହାସଲ କରିଛି। ପଞ୍ଜାବ ୧୬.୩ ଓଭରରେ ୩ ୱିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଛି। ପଞ୍ଜାବର ପ୍ରାରମ୍ଭିକ ବ୍ୟାଟିଂ ଭଲ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ। ଦଳ ୨୭ ରନ୍ରେ ପ୍ରଥମ ଏବଂ ୪୫ ରନ୍ରେ ଦ୍ୱିତୀୟ ୱିକେଟ୍ ହରାଇଥିଲା। କିନ୍ତୁ ତୃତୀୟ ୱିକେଟ୍ରେ ୧୩୯ ରନ୍ର ଭାଗିଦାରୀ ହୋଇଥିଲା। ପଞ୍ଜାବ ପାଇଁ ପ୍ରଭସିମରନ ସିଂହ ଏବଂ ଅଧିନାୟକ ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଅପରାଜିତ ରହି ୮୦ ରନ୍ କରିଥିଲେ। ୩୯ଟି ବଲ୍ ଖେଳି ୧୧ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଆୟର ୩୫ଟି ବଲ୍ ଖେଳି ୫ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ସେ ବ୍ୟକ୍ତିଗତ ଭାବେ ୬୬ ରନ୍ ସଂଗ୍ରହ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ପ୍ରିୟାଂଶ ଆର୍ଯ୍ୟ ୧୫ ରନ୍ ଓ କୁପର କନୋଲି ୧୭ ରନ୍ ଯୋଡ଼ିଥିଲେ। ଟସ୍ ଜିଣି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଲା ପରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା। ଡି’ କକ୍ ଅପରାଜିତ ୧୧୦ ରନ୍ ସଂଗ୍ରହ କରିଥିଲେ। ସେ ୫୯ଟି ବଲ୍ ଖେଳି ୮ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ସେହିପରି ନମନ ୩୧ଟି ବଲ୍ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରି ୫୦ ରନ୍ ସଂଗ୍ରହ କରିଛନ୍ତି। ବିସ୍ଫୋରକ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲ୍ ଖେଳି ୧୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଛକା ସାମିଲ ଥିଲା। ମୁମ୍ବାଇ ପାଇଁ ରିୟାନ ରିକେଲ୍ଟନ ଏବଂ ଡି’ କକ୍ ବ୍ୟାଟିଂ ଆରମ୍ଭ କରିଥିଲେ। ବିସ୍ଫୋରକ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲ ଖେଳି ୧୪ ରନ କରିଥିଲେ, ଯେଉଁଥିରେ ଗୋଟିଏ ଛକା ସାମିଲ ଥିଲା। ସେପଟେ ପଞ୍ଜାବ ପକ୍ଷରୁଅର୍ଶଦୀପ ୨୨ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିବାବେଳେ ମାର୍କେ ୟାନସନ ଏବଂ ଶଶାଙ୍କ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲେ । କିନ୍ତୁ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ସ୍କୋର ୧୨ ରନ୍ରେ ରିୟାନ ରିକେଲ୍ଟନ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। କିନ୍ତୁ ତୃତୀୟ ୱିକେଟ୍ରେ ଡି’ କକ୍ ଏବଂ ନମନ ୧୨୨ ରନ୍ର ଭାଗିଦାରୀ କରିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଡି’ କକ୍ ୪୧ ରନ୍ର ଭାଗିଦାରୀ କରିଥିଲେ।
