ପୁରୀ: ଗୁରୁବାର ଅପରାହ୍ନରେ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି ବାସିନ୍ଦାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରସାଦ ବରଫ କଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଲୋଚନା କରାଯାଇଥଲା ଗତ ୫ ସେପ୍େଟମ୍ବର ୨୦୨୬ ରେ ୬ ଜଣ ମତ୍ସ୍ୟଜୀବୀ ଡଙ୍ଗା ନେଇ ମାଛ ଧରିବାକୁ ସକାଳେ ଯାଇଥିଲେ । ସଂଧ୍ଯାରେ ଫେରିଲା ବେଳକୁ ସମୁଦ୍ର ଲହଡିରେ ଡଙ୍ଗା ଓଲଟି ପଡିବାରୁ ଜଣେ ମତ୍ସ୍ୟଜୀବୀଙ୍କ ଜୀବନ ଚାଲିଯାଇଥିଲା । ଆଉ ୫ ଜଣ ସୁରକ୍ଷିତ ଫେରିଥିଲେ । ବହୁ ଖୋଜା ଖୋଜି ପରେ ସେପ୍େଟମ୍ବର ନୂଆନଇ ପାଖରୁ ୩୨ ବର୍ଷୀୟ କେ. ଗୋପାଳଙ୍କ ମୃତଦେହ ପୋଲିସ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରିଥିଲା । ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି ସହ ଦୁଃଖଦ ପରିବେଶ ସୃଷ୍ଟି ହୋଇଥିଲା । ଡଙ୍ଗାରେ ମୃତ ଗୋପାଳଙ୍କ ତିନି ଭଣଜା, ଡଙ୍ଗା ମାଲିକ ଓ ଜଣେ ଷ୍ଟାପ ଥିଲେ । ମୃତ ଗୋପାଳଙ୍କ ପରିବାରରେ ତାଙ୍କ ଧର୍ମପତ୍ନୀ କେ. ରତନମ୍ ଓ ଗୋଟିଏ ଝିଅ ଓ ପୁଅ ଅଛନ୍ତି । ତାଙ୍କ ପରିବାରକୁ ଡଙ୍ଗା ମାଲିକ ୩ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବା ସହ ସମସ୍ତ ସୁବିଧାସୁଯୋଗ ଦେବା ପାଇଁ ମୁଖିଆ ମାନେ ସ୍ଥିର କରିଛନ୍ତି । ଏଥିସହ ତାଙ୍କର ଇନସ୍ୟୁରାନ୍ସ ଓ ଅନ୍ଯାନ୍ଯ ସାହାଯ୍ଯ ପରିବାରକୁ କରାଯିବ ବୋଲି ପଞ୍ଚାୟତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତ ବୈଠକରେ ମୁଖିଆ କୋବେରି ଜଗନ୍ନାଥ ରାଓ,କେ.ତାତାରାଓ, କେ ମାର୍କ, କେ.ରମଣା, ପି ଅପଲରାଜୁ, କଡନାର୍ଲା, ଜି.ଜଗନ୍ନାଥ ଓ କେ ପ୍ରସନ୍ନ କୁମାର ସମେତ ଶତାଧିକରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ଉପସ୍ଥିତ ରହି ଅସହାୟ କେ. ରତନମମ କୁ ସହଯୋଗର ହାତ ବଢ଼ାଇଥିଲେ । ଏହି କମିଟିର ନିଷ୍ପତ୍ତିକୁ ମଧ୍ଯ ସ୍ୱର୍ଗତ କେ. ଗୋପାଳଙ୍କ ଧର୍ମପତ୍ନୀଙ୍କ ସହ ପରିବାର ସଦସ୍ୟମାନେ ମଧ୍ଯ ସମ୍ମତି ପ୍ରକାଶ କରିଥିଲେ ।
