ପୁରୀ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ବିକାଶ ୍ୱିଶେଷତଃ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା। ପୁରୀ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ଅନୁରାଗ ପତ୍ରିକା ର ମୁଖ୍ୟ ସଂପାଦକ ବ୍ରଜକିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ବିଷୁବ ମିଳନ ମହୋତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡକ୍ଟର ହୋତା କହିଥିଲେ ଯେ ବିଷୁବ ମିଳନ ର ଶ୍ରୀବୃଦ୍ଧି ପାଇଁ ଏକାଡେମୀ ପ୍ରତିଶୃତିବଦ୍ଧ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ଭାଷା ସାହିତ୍ୟ ଉପରେ ଅଧିକ ରୁ ଅଧିକ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ସମସ୍ତ ସହଯୋଗ କରିବ। ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିଥିଲେ ।

ଅନୁରାଗ ସଂପାଦକ ଡକ୍ଟର ବଦ୍ରି ମିଶ୍ର ଓ ସୁଲେଖା ସଂପାଦକ ସଦାଶିବ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଳ୍ପ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରବନ୍ଧ ପାଇଁ ଡକ୍ଟର ଚନ୍ଦ୍ରଶେଖର ହୋତା, ଗାନ୍ଧୀ କଥା ପାଇଁ ଗୌରାଙ୍ଗ ଚରଣ ପରିଡ଼ା, ସଂସ୍କୃତି ପାଇଁ ଉମା ପ୍ରସାଦ ମହାନ୍ତି ଓ କବିତା ପାଇଁ ଉମାକାନ୍ତ ମହାପାତ୍ର ଏବଂ ରୁନୁ ମହାନ୍ତିଙ୍କୁ ବିଷୁବ ସମ୍ମାନ -୨୦୨୬ ପ୍ରଦାନ କରାଯାଇଥିଲା । ଏଥିସହ ଡକ୍ଟର ବଳରାମ ଦାସ , ମିନତୀ ମିଶ୍ର , ନିରୁପମା ପୂଜାପଣ୍ଡା ଓ ପ୍ରସ୍ତର ଶିଳ୍ପୀ ନିରଞ୍ଜନ ମହାରଣାଙ୍କୁ ? ସୁଲେଖା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କମିଟି ସଦସ୍ୟ ତଥା ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସାମ୍ବାଦିକ ମଧୁସୂଦନ ମିଶ୍ର ମହୋତ୍ସବ ର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାବିଷୁବ,ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରଂପରା ଉପରେ ଅତିଥି, ପଣ୍ଡିତ ଉମାବଲ୍ଲଭ ମହାପାତ୍ର,ଗବେଷକ ନରେଶ ଚନ୍ଦ୍ର ଦାଶ , ବରିଷ୍ଠ ସେବାୟତ କଣ୍ଡୁରି ସୁଆର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଡକ୍ଟର ଡକ୍ଟର ଭାସ୍କର ମିଶ୍ର, ଗୌରହରି ପ୍ରଧାନ ଉଦବୋଧନ ଦେଇଥିବା ବେଳେ,କବି ଅନନ୍ତ ପ୍ରଧାନ,ସର୍ବାଣୀ ଦାସ ଓ ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନା ରେ ଚାଳିଶି ଜଣ କବି କବିତା ଆବୃତ୍ତି କରିଥିଲେ। ଏହି ପରିପ୍ରେକ୍ଷୀରେ ୫୫ ବର୍ଷରେ ପହଞ୍ଚିଥିବା ଅନୁରାଗ ପତ୍ରିକା ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବ୍ରଜକିଶୋର ତ୍ରିପାଠୀଙ୍କ ସଂପାଦିତ ଅନୁରାଗ ର ବିଷୁବ ସଂଖ୍ୟା ଓ ସଦାଶିବ ମିଶ୍ରଙ୍କ ସଂପାଦିତ ସୁଲେଖା ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସୁରେଶ ପଟ୍ଟନାୟକ,ଶିବରାମ ପ୍ରଧାନ, ଦେବରାଜ ଦାସ ଓ ଜ୍ୟୋତି ପ୍ରକାଶ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
