ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁର – ବେଣିପୁର ପୂର୍ତ୍ତ ବିଭାଗ ରାସ୍ତା ର ପତରାଜ ପୁର ସିଂହସାହି ନିକଟ ରେ ବୁଧବାର ରାତି ୧ ଟା ସମୟ ରେ ଏକ କାର ଜଳି ଯାଇଛି। ତେବେ ଏହି କାର ଟି କେଉଁ କାରଣ ରୁ ଜଳିଗଲା କିମ୍ବା ତାକୁ କେହି ନିଆଁ ଲଗାଇ ଦେଇଛନ୍ତି ସେ ସମ୍ପର୍କ ରେ ସଠିକ ସୁଚନା ମିଳି ନାହିଁ। ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲୀପ କୁମାର ମହାନ୍ତି ଙ୍କ ସୂଚନା ଅନୁଯାୟୀ ବୁଧବାର ରାତି ସାଢ଼େ ୧୦ ଟା ରେ ଏକ କାର ପତରାଜ ପୁର ସିଂହସାହି ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିଲା। ଏ ସମ୍ପର୍କ ରେ ଖବର ପାଇ ଥାନା କର୍ମଚାରୀ ମାନଙ୍କୁ ପଠାଇ ଥିଲି। କାର ଟି ଷ୍ଟାର୍ଟ ଉପରେ ଥିବା ବେଳେ ଗାଡି ରେ କେହି ନ ଥିଲେ। ଗାଡି ର ଦ୍ୱାର ଖୋଲା ରହିଥିଲା। ତେବେ କାର ରେ ଦୁଇଟି ନମ୍ବର ଲାଗିଥିଲା। ଯାହାକି ସନ୍ଦେହ ଘେରରେ। ଗୋଟିଏ ନମ୍ବର ଯାଞ୍ଚ କରିବା ପରେ ଏହି କାର ଟି ବୈରୀ ଥାନା ଅଞ୍ଚଳ ର ଜଣା ପଡ଼ିଛି। ଏ ନେଇ ବୈରୀ ଥାନା ଅଧିକାରୀ ଙ୍କୁ ସୂଚନା ଦିଆ ଯାଇଛି। ତେବେ ରାତି ୧ ଟା ସମୟ ରେ କାର ଟି କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା। ତଦନ୍ତ ପରେ ଘଟଣା ସମ୍ପର୍କ ରେ ଜଣା ପଡିବ। କୌଣସି ବେଆଇନ କାର୍ଯ୍ୟକଳାପ ରେ ଗାଡି ଟି ଲଗିଥାଇ ପାରେ ବୋଲି ଅନୁମାନ କରାଯାଉଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ରାସ୍ତା ଉପରେ ଠିଆ ହୋଇଥିବା କାର ର କାଚ ଭଙ୍ଗା ଯାଇଛି। ଓ ରାସ୍ତା ତଳ କୁ ଗଡ଼ିବା ପରେ ଏହା ନିଆଁ ଲାଗି ଜଳି ଯାଇଛି। ଏଭଳି ଘଟଣା ସନ୍ଦେହ ଘେରରେ ଥିବା ବେଳେ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ଜଣା ପଡି ନାହିଁ। ତେବେ ଅଦ୍ୟାବଧି ଥାନା ରେ କାର ମାଲିକ ଅଭିଯୋଗ କରି ନାହାନ୍ତି। ସେଥିପାଇଁ କାର ମାଲିକ ଙ୍କ ଙ୍କୁ ନେଇ ସନ୍ଦେହ ଦୃଢୀଭୂତ ହୋଇଛି।
