ଜେନେଭା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ୱାଜେଡ୍ ଡବ୍ଲୁଏଚ୍ଓର ଦକ୍ଷିଣ-ପୂର୍ବ ଏସିଆ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ୱାଜେଡ୍ ବୁଧବାର ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି, ଯାହା ୨୦୨୪ ରେ ଆରମ୍ଭ ହୋଇଥିବା ପାଞ୍ଚ ବର୍ଷର କାର୍ଯ୍ୟକାଳର ପ୍ରାରମ୍ଭିକ ସମାପ୍ତି ଆଣିଛି। ବାଂଲାଦେଶର ଦୁର୍ନୀତି ନିବାରଣ କମିଶନ ତାଙ୍କ ବିରୁଦ୍ଧରେ ଜାଲିଆତି ଅଭିଯୋଗ ଦାଖଲ କରିବା ପରେ ଜୁଲାଇ ୨୦୨୫ ରେ ତାଙ୍କୁ ଅବୈତନିକ ପ୍ରଶାସନିକ ଛୁଟିରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଡବ୍ଲୁଏଚ୍ଓ ଅନେକ ଅଭିଯୋଗ ଉପରେ ୱାଜେଡ୍ର ତଦନ୍ତ କରିଥିଲା। ଏଥିରେ ଚୀନ୍ ଯାତ୍ରା ସହିତ ଜଡିତ ଆର୍ôଥକ ଅନିୟମିତତା, ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଭୁଲ ଭାବରେ ଉପସ୍ଥାପନ କରିଥିବା ଦାବି ଏବଂ ବାଂଲାଦେଶରେ ଜମିର ଏକ ପ୍ଲଟ୍ ଅଧିଗ୍ରହଣ ସମ୍ପର୍କିତ ଅଭିଯୋଗ ଅନ୍ତର୍ଭୁକ୍ତ।
