ରଘୁନାଥପୁର: ରଘୁନାଥପୁର ଥାନା ଅଞ୍ଚଳରୁ ଜନୈକା ନାବାଳିକାକୁ ଅପହରଣ କରି ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ବୁଧବାର ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା କିଶନନଗର ଥାନା ବିଶ୍ୱାଳପଡ଼ା ଗ୍ରାମର ସତ୍ୟବ୍ରତ ମଲ୍ଲିକ।ନାବାଳିକା ଅପହରଣ ଓ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ପରିବାର ପକ୍ଷରୁ ଗତ ଜୁନ ୧୪ ତାରିଖରେ ରଘୁନାଥପୁର ଥାନାରେ ଅଭିଯୋଗ ହୋଇଥିଲା।ଏ ନେଇ ଥାନାରେ ପୋକ୍ସୋ ଆଇନରେ କେସ ନଂ ୧୧୬/୨୬ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଅବ୍ୟାହତ ରଖିଥିଲା।ତେବେ ଅଭିଯୁକ୍ତ ସତ୍ୟବ୍ରତ ଚତୁରତାର ସହ ଫେରାର ହୋଇଯାଇଥିଲା।କୌଣସି ସୂତ୍ରରୁ ଖବର ପାଇ ଏସଆଇ ଯୋଗେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ଶହେ କିମି ଦୂର ଆଙ୍କାପାଲି ରୁ ଅଭିଯୁକ୍ତ ସତ୍ୟବ୍ରତକୁ ଧରି ଥାନାକୁ ଆଣିଥିଲେ।ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜେଲ ଯାଇଥିବାବେଳେ ନାବାଳିକାକୁ ତାଙ୍କ ମାଙ୍କ ଜିମା ଦିଆଯିବ ବୋଲି ଏସଆଇ ବେହେରା ପ୍ରକାଶ କରିଛନ୍ତି। ପ୍ରଦିପ୍ତ କୁମାର ନାୟକ, ରଘୁନାଥପୁର
