ଫୁଲବାଣୀ: କନ୍ଧମାଳ ଜିଲ୍ଲା ରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ରେ ବିଳମ୍ବ ହେବାରୁ ଗତକାଲି ଅପରାହ୍ନ ୫ଟା ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, କନ୍ଧମାଳ ଠାରେ ଜିଲ୍ଲା ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ ଙ୍କୁ ଭେଟି ପଦୋନ୍ନତି ସମ୍ପର୍କ ରେ ଆଲୋଚନା କରାଯାଇଛି । ଲେବେଲ ସଙ୍ଖ ରୁ ଲେବେଲ ସସସ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପଦୋନ୍ନତୀ କାର୍ଯ୍ୟ ପ୍ରକ୍ରିୟା ଶେଷ ପରେ ଅନ୍ୟ ଲେବେଲ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି କଥା ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ ୧୯୯୭ ପରବର୍ତ୍ତୀ ସଂଶୋଧିତ ନିୟମାବଳୀ ୨୦୧୪ ଓ ୨୦୧୯ କନ୍ଧମାଳ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ପ୍ରାଥମିକ ସ୍ତର ଅନ୍ତର୍ଗତ ସମସ୍ତ ବର୍ଗ ର ଶିକ୍ଷକ ଶିକ୍ଷୟିତ୍ରୀ ଲେବେଲ ଇ ରୁ ଲେବେଲ ଈ , ଲେବେଲ ଈ ରୁ ଲେବେଲ ଠ (ଈ) , ଲେବେଲ ଠ (ଈ )ରୁ ଲେବେଲ ସଙ୍ଖ, ଲେବେଲ ସଙ୍ଖ ଲେବେଲ ସସସ କୁ ପଦୋନ୍ନତି ନିମନ୍ତେ ଦୀର୍ଘ ଚାରି ବର୍ଷ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ତ୍ୱରାନ୍ୱିତ କରିବା ପାଇଁ ତା-୧୩/୦୫/୨୬ରିଖରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ପରେ ନିର୍ଦ୍ଦେଶକ ଚିଠି ସଂଖ୍ୟା-୯୬୬୩ ତା- ୧୮/୦୫/୨୬ରିଖରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଦୋନ୍ନତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଚିଠି ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ସଂଖ୍ୟା-୫୪୭୧ ତା-୧୦/୦୭/୨୬ ରିଖରେ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଫାଇନାଲ ଲିଷ୍ଟ ପଠାଇବା ପାଇଁ ଏକମାସ ସମୟ ଦେଇଥିଲେ,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ରେ ତନଖି ତାଲିକା ପ୍ରଦାନ କରିଛନ୍ତି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ଆଧାରରେ କିଛି ଜିଲ୍ଲା ପଦୋନ୍ନତି ଦେଇ ସାରିଥିବା ସ୍ଥଳେ କନ୍ଧମାଳ ଜିଲ୍ଲା ରେ ବିଳମ୍ବ ଯୋଗୁଁ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କଠାରୁ ପ୍ରାପ୍ତ ଆପତ୍ତି ଓ ସମ୍ବନ୍ଧୀୟ ତତ୍ତ୍ୱ ମିଳିବା ପରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ତତ୍ତ୍ୱାବଧାନରେ କନ୍ଧମାଳ ଊଖଚଉ ବୈଠକ ବସି ପାରୁନାହିଁ । ଦିନ ଦିନ ପରେ ଦିନ ଗଡି ଚାଲିଛି। ଇତିମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ହୋଇ ପାରିନାହିଁ ଅନ୍ୟ ଜିଲ୍ଲାରେ ସବୁ ବର୍ଗର ଶିକ୍ଷକ ପଦୋନ୍ନତି ପାଇ ସାରିଥିବା ବେଳେ ଶିକ୍ଷା ଅଧିକାରୀଙ୍କ ଅବହେଳା ଯୋଗୁଁ ଶିକ୍ଷକମାନେ ପଦମର୍ଯ୍ୟାଦା ଅଧିକାର ରୁ ବଞ୍ଚିତ ହେଉଛନ୍ତି । ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ସାମ୍ବାଦିକ ଙ୍କ ପ୍ରଶ୍ନ ରେ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି କି ୯ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ପଦୋନ୍ନତି କମିଟିରେ ଲେବୁଲ୍- ସଙ୍ଖ ରୁ ଲେବୁଲ୍- ସସସ ପଦୋନ୍ନତି ତାଲିକାକୁ ମଞ୍ଜୁର କରି ସରକାରଙ୍କ ଅନୁମୋଦନ ପାଇଁ ପଠାଇବେ। ଏହି କାର୍ଯ୍ୟ ଶେଷ ପରେ ଲେବୁଲ୍-ଠ (ଈ)ରୁ ଲେବୁଲ୍-ସଙ୍ଖ ବା ଗ୍ରାଜୁଏଟ୍ ଶିକ୍ଷକ ପଦକୁ ପଦୋନ୍ନତି ପାଇଁ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ପଦୋନ୍ନତି ପାଇଁ ତଥ୍ୟ ସଠିକ୍ ଥିବାର ସମସ୍ତ ତଥ୍ୟ ମଗାଯାଇ ଫାଇନାଲ ଗ୍ରେଡେସନ୍ ଲିଷ୍ଟ୍ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଇବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ। ୯ ତାରିଖ ଭିତରେ ସମସ୍ତ ବର୍ଗ ର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପଦୋନ୍ନତି ଦିଆନ ଗଲେ ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଗଣମାଧ୍ୟମ ଜରିଆରେ କଢା ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ସମୟ ରେ ବସନ୍ତ କୁମାର ସାହୁ,ପ୍ରଦୀପ କୁମାର ମହାନ୍ତି,ଅଜିତ୍ କୁମାର ବେହେରା, ଦ୍ୱିତୀକୃଷ୍ଣ ପଣ୍ଡା,ପ୍ରଶାନ୍ତ କୁମାର ପ୍ରଧାନ,ଅଶୋକ ପ୍ରଧାନ,ସ୍ୱର୍ଣ୍ଣଲତା ସାହୁ,ସୁଭଦ୍ରା ପ୍ରିୟଦର୍ଶନୀ ମଲ୍ଲିକ,କେଶବତି ଭୋଇ,ଜ୍ୟୋସ୍ନା ବେହେରା ,କୈଳାସ ମେହେର ଓ ଅଜୟ କୁମାର ସାହୁ ପ୍ରମୁଖ ପ୍ରତିନିଧିତ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
