Oplus_16908288
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଡୁମୁରି ମୁଣ୍ଡା ଗ୍ରାମ ରେ ମୃତକ କୁ ୨୪ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ଶବ କୁ ମିଳୁନାହିଁ ଶ୍ମଶାନ। ଏପରି ଘଟଣା ଦେଖିବାକୁ ମିଳିଛି ରାଇଘର ବ୍ଲକ ଦେବଙ୍ଗା ପଂଚାୟତ ଡୁମୁରି ମୁଣ୍ଡା ଗ୍ରାମରେ । ମୃତ ବ୍ୟକ୍ତି ହେଉଛନ୍ତି ରାଇ ମତି ଗଣ୍ଡ ବୟସ ୭୦। ସୁଚନା ଅନୁଯାୟୀ ଗତ ତିନି ବର୍ଷ ହେବ ପରିବାର ହିନ୍ଦୁ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିଲେ । ମୂଳ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶ୍ମଶାନ ରେ ଶବ ଦାହ କରିବାକୁ ବାରଣ କରାଯାଇଛି।ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷ ସହ ଆଲୋଚନା ଚାଲିଛି। ଖବର ସଂଗ୍ରହ ସୁଦ୍ଧା ଘର ମଧ୍ୟରେ ଶବ ପଡିରହିଥିବା ଜଣାଯାଇଛି।
