କଟକ: ମହାନଦୀରେ ଭାସିଗଲେ ମଇଁଷ ପଲ। ୨୦ରୁ ଉର୍ଦ୍ଧ୍ୱ ମଇଁଷି କଟକ ଯୋବ୍ରା ଆନିକଟ ୭୭ ନମ୍ବର ଗେଟ୍ ନିକଟ ମହାନଦୀ ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ମଇଁଷି ପଲ ମହାନଦୀର ପ୍ରଖର ସ୍ରୋତରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ମହାନଦୀର ପ୍ରଖର ସ୍ରୋତ ଯୋଗୁଁ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମଇଁଷି ଗୁଡ଼ିକୁ ଉଦ୍ଧାର କରାଯାଇଥିଲା । ତେବେ ମଇଁଷି ପଲ କେଉଁଠୁ ଭାସିଆସିଲେ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ମହାନଦୀରେ ମଇଁଷି ପଲ ଭାସୁଥିବା ଦେଖି ଯୋବ୍ରା ବ୍ୟାରେଜ୍ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା ।
