ନୀଳଗିରି; ଜଙ୍ଗଲ ରାସ୍ତାରେ ବନ୍ଧୁକଦେଖାଇ ଜଣେ ଆଦିବାସୀ ମହିଳାଙ୍କୁ ୩ଜଣ ଡକାୟତ ଲୁଟୁଥିବା ବେଳେ ମହିଳାଜଣକ ନିଜେ ସାହାସର ସହ ହାତରେ ଧରିଥିବା ଛତାରେ ପାଲଟା ଆକ୍ରମଣକରି ଲୁଟେରାଙ୍କ ଖେଳାନା ବନ୍ଧୁକ ଭାଙ୍ଗିଦେବାରୁ ନିଜ ଜୀବନ ବଞ୍ଚିଯାଇ ଥିବାର ଚର୍ଚ୍ଚା ହେଉଛି
।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଦେବଯାନି ଛକ ନିକଟରେ।ସୂଚନା ମୁତାବକ ଆମ୍ବଝର ଗ୍ରାମର ମୁନୀ ସିଂ(୪୦) ସକାଳେ ପିଲାଙ୍କ ଲୁଗାପଟା କିଣିବାକୁ ନୀଳଗିରି ଆସିଥିଲେ।ଅପରାହ୍ନ ସମୟରେ ବସ୍ ଯୋଗେ ଆସି ଦେବଯାନି ଛକରେ ଓହ୍ଲାଇଥିଲେ।ସେଠାରୁ ସେ ଚାଲିଚାଲି ଘର ଅଭିମୁଖେ ଯାଉଥିବା ସମୟରେ ଏକ ବାଇକରେ ତିନିଜଣ ଯୁବକ ଆସି ମୁନୀଙ୍କୁ ଖେଳାନା ଖଣ୍ଡା ଓ ବନ୍ଧୁକ ଦେଖାଇ ଟଙ୍କାଦେବା ପାଇଁ କହିଥିଲେ।ହେଲେ ସେ ଟଙ୍କା ନଦେବାରୁ ତାଙ୍କୁ ମାଡ ମାରିବା ସହ ତାଙ୍କ ମୋବାଇଲ,୨ ହଜାର ଟଙ୍କା ଓ ବ୍ୟାଙ୍କ ପାସ୍ ବହି ଲୁଟି ନେଇଥିଲେ।ମୁନୀ ମଧ୍ୟ ଲୁଟେରାଙ୍କ ସହ ୧୫ ମିନିଟ ପର୍ଯ୍ଯନ୍ତ ଧସ୍ତାଧସ୍ତି କରିଥିଲେ।ଏମିତିକି ହାତରେ ଧରିଥିବା ଛତାରେ ପିଟି ଦେଖାଉଥିବା ଖେଳାନା ବନ୍ଧୁକର ଏକ ଅଂଶକୁ ଭାଙ୍ଗିବା ସହ ସେମାନଙ୍କ କବଳରୁ ନିଜକୁ ବଞ୍ଚାଇଥିଲେ।ଖବରପାଇ ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଜଙ୍ଗଲ ରାସ୍ତା ହେଉଥିବା କାରଣରୁ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ସହ ୨୪ ଘଣ୍ଟିଆ ପୋଲିସ ମୁତୟନ ପାଇଁ ଦାବୀ କରିଛନ୍ତି ମୁନି ସିଂ।ଏ ନେଇ ବରହମପୁର ଭାରାପ୍ରାପ୍ତ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କୁ ପଚାରିବାରୁ ଏହା ଏକ ବନ୍ଧୁକ ସଦୃଶ ଲାଇଟର୍ ଅଂଶ ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ତେବେ ଯଦି ଏହା ସତ୍ୟ ତେବେ ବନ୍ଧୁକକୁ କାହାର ଡର ନାହିଁ? ଏତେ ସାହାସ ହେଲା କେିମିତି? ନା ସାହାସିକତାର ଏ ଏକ ମିଛ କାହାଣୀ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି।
