ବାଲୁଗାଁ: ଗୁରୁବାର ସକାଳେ ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ ଶାଳିଆ କେନାଲ ନିକଟସ୍ଥ ଭୁସ୍କାପଡ଼ା ରୋଡ ଓ ବନବାସ ପୂର ରୋଡ ନିକଟରେ ଚଢାଉ କରି ୧୬୧ ଲିଟର ଦେଶୀ ମଦ ଓ ଦୁଇଟି ବାଇକ ଜବତ କରିବାସହ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୧ ଲକ୍ଷ ୫୨ ହଜାର ୨୦୦ ଟଙ୍କା ହେବ ବୋଲି ଜଣାପଡିଛି।ଅଭିଯୁକ୍ତ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ନରହରି ବାରିକିଙ୍କ ନିକଟରୁ ୫୧ ଲିଟର ଦେଶୀ ମଦ ଓ ବାଇକ ଜବତ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ନିକଟରୁ ୧୧୦ ଲିଟର ଦେଶୀ ମଦ ଓ ବାଇକ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୪/୨୬-୨୭ ଓ ୫/୨୬-୨୭ ରେ ମାମଲା ରୁଜୁକରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ଏଏସଆଇ ରାମ ଚନ୍ଦ୍ର ଜେନା,କନେଷ୍ଟବଳ ଅଶେଷ କୁମାର ପ୍ରଧାନ,ରଞ୍ଜିତ ପଟେଲ,ସୁନିତା ମହାରଣା ପ୍ରମୁଖ ସାମିଲ ଥିଲେ।
