ପୁରୀ: ପୁରୀ ରେଡକ୍ରସ ରୋଡ ମାଛ ମାର୍କେଟ ସମ୍ମୁଖ ମୁକୁଳା ଡ୍ରେନରେ ଭାସୁଥିଲା ଅଜଣା ଯୁବକର ମୃତ ଦେହ । ଖବରପାଇ କୁମ୍ଭାରପଡା ପୋଲିସ ପହଞ୍ଚି ଡ୍ରେନରୁ ଶବ ଉଦ୍ଧାର କରି ବ୍ଯବଚ୍ଛେଦ ନିମନ୍ତେ ପୁରୀ ମୁଖ୍ଯ ଚିକିତ୍ସାଳୟକୁ ପଠାଇଛନ୍ତି । ଯୁବକ ର ପରିଚୟ ମିଳିପାରିନାହିଁ । ସହରରେ ବଡ ବଡ ଡ୍ରେନ ମୁକୁଳା ପଡିଥିବା ଯୋଗୁ ଏପରି ଅଘଟଣ ଘଟୁଛି । ପୌରସଂସ୍ଥାର ଅପରଗତା ଯୋଗୁ ବାରମ୍ବାର ଏଭଳି ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା ଆଲୋଚନା କରୁଛନ୍ତି । ଆଗକୁ ଆସୁଛି ରଥଯାତ୍ରା । ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁକୁଳା ଡ୍ରେନରେ ସ୍ଲାପ ପକାଇବା କୁ ଦାବି ହେଉଛି । କୁମ୍ଭାରପଡା ଥାନା ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି ।
