ପୁରୀ:ବିଶ୍ୱ ନିଅନ୍ତାଙ୍କ ରତ୍ନ ଗଣତି ।ପ୍ରଥମ ଦିନରେ ଚଳନ୍ତି ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଜାନୀ ଯାତ୍ରା ଓ ନିତ୍ୟ ବ୍ୟବହୃତ ଅଳଙ୍କାର ଗୁଡିକର ହୋଇଛି ଓଜନ ଓ ଗଣତି।ପୂର୍ବ ସ୍ଥିରୀକୃତ ମାହେନ୍ଦ୍ର ବେଳା ଠିକ୍ ୧୨ ଟା ୯ ରେ ଭଣ୍ଡାର ଖୋଲି ଭିତରକୁ ଯାଇଥିଲେ ଟିମ୍ ।ପ୍ରାୟ ୫ ଘଣ୍ଟା ର ଗଣତି ପ୍ରକ୍ରିୟା ପରେ ପ୍ରଥମ ଦିନର ଗଣତି କାର୍ଯ୍ୟ ଶେଷ ହୋଇଛି ।ଭକ୍ତଙ୍କ ଆବେଗ ଓ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ମଧ୍ୟରେ ରତ୍ନ ଅଳଙ୍କାର ମେଳକ ଆରମ୍ଭ ହୋଇଛି ପ୍ରକ୍ରିୟା ।ଐତିହାସିକ ମୁହୂର୍ତ୍ତ ରେ ସିଂହଦ୍ୱାରରେ ସାଷ୍ଟାଙ୍ଗ ପ୍ରଣିପାତ କରି ଭିତରକୁ ଯାଇଥିଲେ ଟିମ୍ ।ଆଜି ଠାରୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ଗଣତି ମଣତି।ପାରମ୍ପରିକ ପୋଷାକ ପରିଧାନ କରି ସକାଳ ୧୧.୧୭ ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ଅଧିକୃତ ସଦସ୍ୟ ।ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ଶ୍ରୀମନ୍ଦିର ଭିତରକୁ ଯାଇଥିଲା ଟିମ୍।ଠିକ୍ ଶୁଭ ବେଳା ମଧ୍ୟାହ୍ନ ୧୨.୦୯ ରେ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ଗଣତି ମଣତି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ,ଦୁର୍ମୁଲ୍ୟ ରତ୍ନର ହୋଇଛି ମେଳକ ।ସୁନା,ରୂପା ଓ ରତ୍ନକୁ ୩ ଭାଗରେ ପୃଥକ କରାଯାଇ ହୋଇଥିଲା ଗଣତି ମଣତି କାର୍ଯ୍ୟ ।ଗଣତି ମଣତି ପାଇଁ ସୂପରଭାଇଜିଂ ଟିମ୍ ଓ ହ୍ୟାଣ୍ଡଲିଙ୍ଗ ଟିମ୍ ଗଠିତ ହୋଇଥିଲା ।ହ୍ୟାଣ୍ଡଲିଙ୍ଗ ଟିମ୍ ର ସଦସ୍ୟ ଭଣ୍ଡାର ମେକାପ,ବଣିଆ ଓ ଜେମୋଲୋଜିଷ୍ଟ ଚଳନ୍ତି ଭଣ୍ଡାର ରେ କରିଥିଲେ ଗଣତି ମଣତି,ମେଳକ । କସଟି ପଥର ,ରତ୍ନ ଚିହ୍ନିବା ପାଇଁ ଲେନ୍ସ ,ଓ ଅଳଙ୍କାର ଓଜନ ମେସିନ୍ ସହ ଭିତରକୁ ଯାଇଥିଲେ ଶ୍ରୀମନ୍ଦିର ବଣିଆ।ଫ୍ରିସ୍କିଂ ବା ଯାଞ୍ଚ୍ କରି ଭିତରକୁ ସମସ୍ତ ଅଧିକୃତ ସଦସ୍ୟଙ୍କୁ ଛଡା ଯାଇଥିଲା ।ମାଳି,ମୁଦି ଓ ଅନ୍ୟ କୌଣସି ବି ମେଟାଲ୍ସ ସାଙ୍ଗରେ ନନେବାକୁ ସ୍ୱାକ୍ଷର କରିବା ସହ ଗୋପନୀୟତା ରଖିବାକୁ ଟିମ୍ ସଦସ୍ୟ ମାନେ ଶପଥ ନେଇଥିଲେ । ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ ୩ ଊ ଜ୍ଞବକ୍ଟ୍ରକ୍ଟ୍ରସଦ୍ଭଶ ସହ ଅତ୍ୟନ୍ତ ସ୍ୱଚ୍ଛତା ଓ କଡା ସୁରକ୍ଷା ମଧ୍ୟରେ ହୋଇଥିଲା ରତ୍ନଭଣ୍ଡାର ଗଣତି ମଣତି ।ଚଳନ୍ତି ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସୁନାବେଶ ରେ ବ୍ୟବହୃତ ଶ୍ରୀଭୂଜ,ଶ୍ରୀପୟର,କିରୀଟ,ଆଡକାନି , ଘାଗଡ଼ା ମାଳି,ହରିଡ଼ା ମାଳି ଇତ୍ୟାଦିର ହୋଇଛି ଗଣତି ମଣତି ।ରତ୍ନ ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ୍ ରହିଥିଲା ।ବାହାର କାଠରୁ ଭକ୍ତ କରିଥିଲେ ଦର୍ଶନ । ପାରମ୍ପରିକ ବେଶ ପରିଧାନ କରି ଭିତରକୁ ଯାଇଥିଲେ ଅଧିକୃତ ଟିମ୍ ।ସ୍ୱଚ୍ଛତା,ସୁରକ୍ଷା ଓ ଡିଜିଟାଲ ରେକର୍ଡ କୁ ଦିଆଯାଇଥିଲା ଫୋକସ ।ପ୍ରଥମ ଦିନରେ ଚଳନ୍ତି ଭଣ୍ଡାର ଗଣତି କାର୍ଯ୍ୟ ହୋଇଥିବା ବେଳେ ଚଳନ୍ତି ଭଣ୍ଡାରରେ ୨୯୯ ଭରିର ୮ ପ୍ରକାର ର ସୁନା,୨୬୦୦ ଭରିର ୨୩ ପ୍ରକାରର ରୂପା ଅଳଙ୍କାର ରହିଛି । ଏସ ଓ ପି ଅନୁଯାୟୀ ସରକାରୀ ବ୍ୟାଙ୍କର ବଣିଆ,ରତ୍ନ ବିଶାରଦ ଓ ଆର ବି ଆଇ ଅଧିକାରୀ ରହିଥିଲେ । ମାଇନସ ଆଣ୍ଡ ଜିଓ ଲୋଜିଷ୍ଟ୍ ର ୩ ଅଧିକାରୀ ଓ ଓଜନ ମାପ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।ତିନିଟି ଟେବୁଲ୍ ଉପରେ ଅଲଗା ଅଲଗା ରତ୍ନ ରଖାଯାଇ ଗଣତି କରାଯାଇଥିଲା।ସୁନା,ରୂପା ଓ ରତ୍ନ କୁ ହଳଦିଆ,ଧଳା ଓ ନାଲି ଭେଲଭେଟ କପଡ଼ାରେ ରଖାଯାଇ ମଣତି ହୋଇଥିଲା।ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ପ୍ରକ୍ରିୟା ସରିବା ପରେ ପୁନଶ୍ଚ ବନ୍ଦ୍ କରି ତାଲା ପକାଯାଇଥିଲା ।
