ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ବ୍ରହ୍ମପୁର ରେ ୧୪୦ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସରରୁ ସୁରକ୍ଷିତ କରିବା ପାଇଁ ଆଜି ଟିକାକରଣ କରାଯାଇଛି।ଏମାନଙ୍କ ବୟସ ସୀମା ୧୫ ରୁ ୨୬ ବର୍ଷ ଥିଲା ଓ ଛାତ୍ରୀ ମାନେ ଅତି ଆଗ୍ରହ ସହକାରେ ଏହି ଟୀକା ନେଇଥିଲେ । ବ୍ରହ୍ମପୁରରେ ଅବସ୍ଥାପିତ Obstetrics and Gynaecology ସୋସାଇଟି ମାଧ୍ୟମରେ ମାଗଣାରେ ଏହିhuman Papilloma Virus (HPV ) ଟିକାକରଣ କରାଯାଇଛି ।ପୂର୍ବରୁ ୧୬୦ ଜଣ ଛାତ୍ରୀ ଙ୍କୁ ଏଭଳି ଭାବେ ଟୀକାକରଣ କରାଯାଇଥିଲା ।ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଭାରତୀ ମିଶ୍ର, ଡାକ୍ତର ଇନ୍ଦିରା ପାଳ, ଡାକ୍ତର ପି ସୁଲେଖା ପ୍ରମୁଖ ଉପସ୍ଥିତ ଥିଲେ । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତରେ ସ୍ୱଦେଶୀ ଢାଞ୍ଚା ରେ ନିର୍ମିତ Cervavac HPV ଟୀକା ସମସ୍ତଙ୍କୁ ଏହି କ୍ରମରେ ଦିଆଯାଉଛି ବୋଲି ଫିଲଡ ଷ୍ଟାଫ ଏସ ଶ୍ରୀନିବାସ ଓ ବୀରେନ୍ଦ୍ର ଦୋରା ପ୍ରକାଶ କରିଛନ୍ତି। HPVର ୬, ୧୧,୧୬ ଓ ୧୮ କୁ Cervavac ପ୍ରତିହତ କରିଥାଏ। ପ୍ରସିଦ୍ଧ ଶତାୟୁ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇ କିଶୋରୀ କନ୍ୟାମାନଙ୍କ ପାଇଁ ସର୍ଭାଇକାଲ୍ କ୍ୟାନ୍ସର ଟିକାକରଣକୁ ସମର୍ଥନ କରିବାରେ ପୂର୍ବରୁ ଯେଉଁ ୩ ଲକ୍ଷ ଟଙ୍କା ସୋସାଇଟିକୁ ଦାନ କରିଛନ୍ତି, ତାହାର ଅଂଶ ସ୍ୱରୂପ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ବ୍ରହ୍ମପୁର ରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଗଲା କ୍ଷ ଭାରତ ରେ HPV ଯୋଗୁଁ ପ୍ରତିବର୍ଷ ହଜାର ହଜାର ମହିଳା ସର୍ଭିକାଲ କ୍ୟାନ୍ସର ରେ ମୃତ୍ୟୁ ବରଣ କରିଥାନ୍ତି । ଏହାକୁ ପ୍ରତିହତ କରିବା ଏହି ଅଭିଯାନ ର ମୂଳ ଲକ୍ଷ୍ୟ । ଏହି ଟୀକାକରଣ କାର୍ଯ୍ୟକ୍ରମ ରେ ବର୍ଷକୁ ୧କୋଟି ୧୫ଲକ୍ଷ ଝିଅ ଙ୍କୁ ସାମିଲ କରିବାକୁ ବର୍ତ୍ତମାନ ଦେଶବ୍ୟାପି ସ୍କୂଲ, ହସ୍ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏହି ଅଭିଯାନ ଚାଲିଛି ।
