ବାଲିଚନ୍ଦ୍ରପୁର : ଦର୍ପଣ ତହସିଲ ଅନ୍ତର୍ଗତ ନଳୀପୁର ପଞ୍ଚାୟତ ର ଶହେ ବର୍ଷ ରୁ ଉର୍ଦ୍ଧ ଜୁମା ମସଜିଦ୍ ବଜ୍ରପାତରେ କାନ୍ଥ ଫାଟି ଯାଇଥିବା ବେଳେ ସେଠାରେ ଥିବା ତିନିଟି ଏସି,୨୪ ଟି ପଙ୍ଖା ଓ ଗୋଟିଏ ଇନଭେଟର ପୋଡି ନଷ୍ଟ ହୋଇଯାଇଛି । ଅପରାହ୍ନ ୪.୪୫ ମିନିଟ ରେ ମୁସଲିମ ଶ୍ରଦ୍ଧାଳୁ ମାନେ ସେହି ମସଜିଦରେ ନମାଜ ପାଠ କରି ଫେରିଯିବାର ମାତ୍ର କେଇଟା ମୁହୂର୍ତ୍ତରେ ଏଭଳି ଘଟଣା ଘଟିଥିଲା । ସୌଭାଗ୍ୟ ବଶତଃ ଏହି ଘଟଣାରେ କାହାର କୌଣସି କ୍ଷତି ଘଟି ନଥିବା ବେଳେ ୩ ଲକ୍ଷରୁ ଅଧିକ ଟଙ୍କାର ଉପରୋକ୍ତ ବିଦ୍ୟୁତ ସରଞ୍ଜାମ ପୋଡି ନଷ୍ଟ ହୋଇଥିବା ଜଣାପଡିଛି ।
