ନୂଆଦିଲ୍ଲୀ: ଟ୍ୱୋଣ୍ଟିି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ଦୁଇ ଜଣ ତାରକା ସଞ୍ଜୁ ସାମ୍ସନ୍ ଓ ଯଶପ୍ରୀତ ବୁମ୍ରା ଆଇସିସି ମାର୍ଚ୍ଚ ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଦୌଡ଼ରେ ରହିଛନ୍ତି। ଏହି ପୁରସ୍କାର ଦୌଡ଼ରେ ୩ ଜଣ ଥିଲା ବେଳେ ଭାରତର ଏହି ଦୁଇ ଜଣଙ୍କ ସହ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟର କନୋର ଇଷ୍ଟରହୁଜେନ୍ ରହିଛନ୍ତି। ଭାରତୀୟ ୱିକେଟ୍କିପର ବ୍ୟାଟର ନିଶ୍ଚିତ ବିଜୟ ସୁପର-୮ ମ୍ୟାଚ୍ରେ ୯୭ ରନ୍ କରିବା ପରେ ସେମିଫାଇନାଲ୍ ଓ ଫାଇନାଲ୍ରେ ଲଗାତାର ୮୯ ରନ୍ ଲେଖାଏଁ କରିଥିଲେ। ଏହି ୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେ ୧୩୭.୫୦ ଷ୍ଟ୍ରାଇକ୍ରେଟ ଓ ପାଖାପାଖି ୨୦୦ ଷ୍ଟ୍ରାଇକ୍ରେଟ୍ରେ ମୋଟ ୨୭୫ ରନ୍ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଯଶ୍ପ୍ରୀତ ବୁମ୍ରା ବିଶ୍ୱକପ୍ ଫାଇନାଲ୍ରେ ୪/୧୫ ବୋଲିଂ ସଫଳତା ପାଇବା ସହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ୱୋଣ୍ଟିି-୨୦ ଶୃଙ୍ଖଳାରେ ଇଷ୍ଟରହୁଇଜେନ୍ ୨୦୦ ରନ୍ କରିଥିଲେ। ନିର୍ଣ୍ଣାୟକ ତଥା ଶେଷ ମ୍ୟାଚ୍ରେ ସେ ୭୫ ରନ୍ର ପାଳି ଖେଳିବାରୁ ଦକ୍ଷିଣ ଆଫ୍ରିକା ୩-୨ରେ ଶୃଙ୍ଖଳା ଜିତିବାକୁ ସକ୍ଷମ ହୋଇଥିଲା।
