ବାରିପଦା ; ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ପଣ୍ଡିତ ରଘୁନାଥ ମୁର୍ମୁ ଛକରେ ରାଇରଙ୍ଗପୁର ଅଞ୍ଚଳର ଜଣାଶୁଣା ଗଣକ ଶାମ ଶଙ୍କର ଆଚାର୍ଯ୍ୟ ପରିବା ବେଗ ନେଇ ରାସ୍ତାରେ ଆସୁଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାରେ ଶିକାର ହୋଇଥିଲେ ।ସୂଚନାଯୋଗ୍ୟ ବିକାଶନଗର ର ଶାମ ଶଙ୍କର ଆଚାର୍ଯ୍ୟ ର୍ୱିବାର ସଂଧ୍ୟାରେ ଘରର ସୌଦାପତ୍ର ଧରି ଘରକୁ ଚାଲି ଚାଲି ଆସୁଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିବାର ପ୍ରକାଶ ।
