ଅହମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୬ର ନବମ ମ୍ୟାଚ୍ ରୋମାଞ୍ଚକର ହୋଇଛି। ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ର ଶେଷ ଓଭରରେ ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ସଂଘର୍ଷ କରିଥିଲା। ଦଳକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୧ ରନ୍ ଦରକାର ଥିଲା ବେଳେ ଏହା ପୂରା କରିପାରି ନଥିଲା। ରାଜସ୍ଥାନ ଏହି ମ୍ୟାଚ୍କୁ ୬ ରନ୍ରେ ଜିତିଛି। ଏଥି ସହିତ ଦଳ ଚଳିତ ଆଇପିଏଲ୍ରେ କ୍ରମାଗତ ଦ୍ୱିତୀୟ ଥର ବିଜୟ ହାସଲ କରିଛି। ପୂର୍ବରୁ ରାଜସ୍ଥାନ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ୮ ୱିକେଟରେ ହରାଇଥିଲା। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ଜିଣି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିସ୍ଫୋରକ ଯୁବ ବ୍ୟାଟର ଧ୍ରୁବ ଜୁରେଲ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୦ ରନ୍ କରିଥିଲା। ରାଜସ୍ଥାନ ପାଇଁ ଧ୍ରୁବ ଜୁରେଲ ସର୍ବାଧିକ ବ୍ୟକ୍ତିଗତସ୍କୋର କରିଥିଲେ। ସେ ୪୨ଟି ଖେଳି ଥିଲେ ଏବଂ ୫ଟି ଚୌକା ଓ ୫ଟି ଛକା ବଳରେ ୭୫ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ୩୬ଟି ବଲ୍ ଖେଳି ୫୫ ରନ୍ ସଂଗ୍ରହ କରିଥିଲେ। ସେ ୬ଟି ଚୌକା ଏବଂ ୩ଟି ଚୌକା ମାରିଥିଲେ। ଯୁବ ବ୍ୟାଟରବୈଭବ ସୂର୍ଯ୍ୟବଂଶୀ ୩୧ ରନ୍ ସଂଗ୍ରହ କରିଥିଲେ। ସେ ୧୮ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସିମରନ ହେଟମେୟାରଙ୍କ ବ୍ୟାଟ୍ରୁ ୧୮ ରନ୍ ମିଳିଥିଲା। ହେଟ୍ମେୟର ୮ଟି ବଲ୍ର ସାମ୍ନା କରିଥିଲେ ଏବଂ ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ।
