ବାରିପଦା; ମୟୂରଭଞ୍ଜ ଜିଲ୍ଲା, ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧିନ ହଲଦୀପାଳ ଗ୍ରାମର ତାପସ ବେହେରାଙ୍କ ଏକ ବାଇକ ଚୋରି ହୋଇଥିବାର ତାଙ୍କ ଭାଇ ଶି୍ୱ ପ୍ରସାଦ ବେହେରା ମୋରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ଏକ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ତେବେ ଆଜି ଶିବ ପ୍ରସାଦ ବେହେରାଙ୍କ ସାଙ୍ଗ ଜଗୁ ମହାନ୍ତ ବଡସାହି ଥାନାକୁ କୌଣସି କାମ ପାଇଁ ଯାଇଥିବା ବେଳେ ସେ ତାପସ ଙ୍କ ଚୋରୀ ବାଇକ ଟି ସେଠାରେ ଛିଡା ହୋଇଥିବାର ଦେଖି ଶିବକୁ ଖବର ଦେବା ପରେ ସେ ମୋରଡା ବ୍ଲକର ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ବେହେରାଙ୍କୁ ଖବର ଦେଇଥିଲେ। ଦୀପକ ବେତନଟୀ ଏସ୍ଡିପିଓ ମିନତୀ ବିଶ୍ୱାଳ ଙ୍କୁ ଯୋଗାଯୋଗ କରି ଚୋରି ହୋଇଥିବା ବାଇକ ସମ୍ପର୍କରେ ଅବଗତ କରାଇବା ସହ ଉକ୍ତ ବାଇକଟି ଯେଉଁ ବ୍ୟକ୍ତି ନିକଟରୁ ଜବତ କରାଯାଇଥିଲା ସେହି ବ୍ୟକ୍ତି ଜଣକ ବାଇକ ଚୋରିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ଜଣାପଡୁଥିବା କଥା ସେ ପ୍ରକାଶ କରିଥିଲେ। ତେବେ ପଡୋଶୀ ବଡ଼ସାହି ଥାନାରେ ଦୀର୍ଘଦିନ ଧରି ଚୋରି ବାଇକଟି ଥିବାର ଖବର ମୋରଡା ପୋଲିସ ନିକଟରେ ନଥିବାରୁ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
