ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଅଂଚଳ ରେ ଅଦିନିଆ କାଳ ବୈଶାଖୀରେ ଚଣ୍ଡିଖୋଲ ଛକର ଉଠାଦୋକାନୀ ଙ୍କ ବ୍ୟାପକ କ୍ଷୟଖେତୀ ଘଟିଥିବାର ଦେଖିବାକୁ ମିଳିଛି।ଆଜି ଦିବା ୩,୩୦ ଘଟିକା ହେବ ହଟାତ ଅଦିନିଆ କାଳ ବୈଶାଖୀ ଆସି ଚଣ୍ଡିଖୋଲ ଛକରେ ଅସ୍ଥାୟୀ ଭାବେ ଉଠା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଦୋକାନୀ ଙ୍କ ଉଠା ଦୋକାନ ଘର ସହ ଜିନିଷ ପତ୍ର ଉଡ଼ାଇ ନେଇ ଯାଇଥିଲା।ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ସବୁ ଜିନିଷ ପତ୍ର ଓଦା ଯାଇଥିଲା। ଯାହା ଫଳରେ ଦୋକାନୀ ମାନେ ତିନ୍ତି ବୁଡି ନାହିଁ ନ ଥିବା ହଇରାଣ ହରକତ ହୋଇଥିଲେ। ସବୁ ଠାରୁ ବଡ ଦୁଃଖର ବିଷୟ ଚଣ୍ଡିଖୋଲ ଛକରେ ସ୍ଥାୟୀ ଆଲୋକୀ କରଣ ବ୍ୟବସ୍ଥା ହୋଇ ନ ଥିବାରୁ ଦୋକାନୀ ମାନେ ଅନ୍ଧାର ଓ ବର୍ଷା ନିଜ ଜିନିଷ ପତ୍ର ଖୋଜାଖୋଜି କରୁଥିବାର ଦେଖିବାକୁ ମିଳିଛି। ସେହିପରି ଜାତୀୟ ରାଜପଥ ରେ ଗଛ ଡ଼ାଳ ପତ୍ର ଭାଙ୍ଗିରୁଜି ଯାଇଛି। ଏବଂ ସୁଙ୍ଗୁଡା ଗ୍ରାମର ଦଳିତ ସାହି ଦିଟା ମଳିକ ର ଆଜବେଷ୍ଟସ ଛପର ଉଡ଼ି ଯାଇଥିବା ଖବର ପାଇ ଯୁବ ନେତା ସଞ୍ଜୟ ସ୍ୱାଇଁ ଏବଂ ପୂର୍ବତନ ନାଏବ ସରପଞ୍ଚ ପାଇଁ ବଡ଼ଚଣା ନିରୀକ୍ଷକ ବିରଜା ପ୍ରସାଦ ରାୟ ଙ୍କୁ ଜଣାଇଥିଲେ ସଙ୍ଗେ ସଙ୍ଗେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ନିର୍ଦେଶ କ୍ରମେ ତାଙ୍କୁ ପାଲ ବ୍ୟବସ୍ଥା କରାଯାଇଥିଲା ଏହି ବିଜୁଳି ଘଡଘଡ଼ି ହୋଇ ଥିବା ରୁ ଖବର ଲେଖାଯିବା ବେଳକୁ କୈ।ଣସି ଜନ ଜୀବନର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।
