Oplus_16908288
ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ଅବକାରୀ ବିଭାଗ ଦ୍ୱାରା ୭ଳଶ ୫୦୦ ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ ହୋଇଥିବା ଜଣାଯାଇଛି। ଗଂଜେଇ ଥିବା କୌଣସି ସୂତ୍ରରୁ ଅବକାରୀ ବିଭାଗ ସୁଚନା ପାଇବା ପରେ କୁଡ଼ି ପାରା ଗ୍ରାମ ରଧନ ପ୍ରସାଦ ଗଣ୍ଡ ବୟସ ୩୧ କୁ ଗିରଫ କରିବା ସହ ୭ଳଶ୫୦୦ ଗ୍ରାମ ଗଂଜେଇ ଜବତ କରିଛି। ଜବତ ସମୟରେ ରାଇଘର ଅବକାରୀ ବିଭାଗ ଅଧିକାରୀ ସମୀର କୌଶଲ୍ୟା, ବୃନ୍ଦାବନ ମଣ୍ଡଳ, ଅନେଶ ନାୟକ, ଶକ୍ତି ବେହେରା, ଙ୍କ ସହ ରାଇଘର ଅବକାରୀ ବିଭାଗ ,ଉମରକୋଟ ଅବକାରୀ ବିଭାଗ,ମୋବାଇଲ ୟୁନିଟ୍ ଷ୍ଟାଫ୍, ସଦର ଷ୍ଟାଫ୍ ଆଦି ଉପସ୍ଥିତ ଥିଲେ।୧୧୩/୨୦୨୬ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆସାମୀ କୁ କୋର୍ଟ ଚାଲାଣ କରିଛି।,
