ବାଲୁଗାଁ: ଗୁରୁବାର ସକାଳେ ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ ହାତୀମୁଣ୍ଡା ଛକ ଗୋଦାବରୀଶ କଲେଜ ନିକଟରେ ଚଢାଉ କରି ୮୨ ଲିଟର ଦେଶୀ ମଦ ଓ ବାଇକ ଜବତ କରିବାସହ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୭୬ ହଜାର ୪୦୦ ଟଙ୍କା ହେବ ବୋଲି ଜଣାପଡିଛି।ଅଭିଯୁକ୍ତ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାପୂର ସାହିର ଅକ୍ଷୟ ପରିଡା (୪୧)।ପ୍ରଶାନ୍ତ ଘଡ଼େଇ(୩୩)।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧/୨୬-୨୭ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ଏଏସଆଇ ରାମ ଚନ୍ଦ୍ର ଜେନା,କନେଷ୍ଟବଳ ଅଶେଷ କୁମାର ପ୍ରଧାନ,ରଞ୍ଜିତ ପଟେଲ,ସୁନିତା ମହାରଣା,ମନୋଜ କୁମାର ଜୟସିଂହ ପ୍ରମୁଖ ସାମିଲ ଥିଲେ।
