ଭଂଜନଗର: କନ୍ଧମାଳରୁ ମହାରାଷ୍ଟ୍ର ଅଭିମୁଖେ କାର୍ ରେ ଗଞ୍ଜେଇ ଚାଲାଣ ।ଅବକାରୀ ସୁପଟେଣ୍ଡ ନିଦ୍ଦେଶ ଭଞ୍ଜନଗର ଓଆଇସି ବିଭୂ ପ୍ରସାଦ ସାହୁଙ୍କ ନେତତରେ ଏହି ଚଢାଇ କରାଯାଇଥିଲା ଗଂଜାମ ଜିଲ୍ଲା ଭଂଜନଗର ଅ୍ୱକାରୀ ପୋଲିସ ହାତରେ ଧରାପଡ଼ିଛନ୍ତି, ସଂପୃକ୍ତ ଚାଲାଣକାରୀ ମାନେ । ଘଟଣା ପ୍ରକାରେ ଅଭିଯୁକ୍ତ ମାନେ ଏକ କାର୍ ରେ ଗଞ୍ଜେଇ ଧରି କନ୍ଧମାଳରୁ ଆସୁଥିବା ବେଳେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ଶ୍ରୀରାମ ନଗର ବିଜ ନିକଟରେ ଗାଡ଼ିକୁ ଯାଞ୍ଚ କରିଥିଲା ଭଂଜନଗର ଅବକାରୀ ପୋଲିସ । ଘଟଣା ସ୍ଥଳରୁ କାର୍ ଭିତରୁ ଦୁଇଟି ବସ୍ତା ରେ ଥିବା ୩୦ କିଲୋ ଗଞ୍ଜେଇ ଜବତ କରିଥିଲା ଅବକାରୀ ପୋଲିସ । ଏହାସହ କାର୍ କୁ ମଧ୍ୟ ଜବତ କରିବା ସହ, ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଅବକାରୀ ପୋଲିସ । ଗିରଫ ଅଭିଯୁକ୍ତ ମାନେ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ବେଳେ, ସେମାନେ ସେହି ଅଞ୍ଚଳ କୁ ଗଞ୍ଜେଇ ଚାଲାଣ କରୁଥିବାର ସୁଚନା ଦେଇଛନ୍ତି ଭଞ୍ଜନଗର ଅବକାରୀ ଓଆଇସି ଶ୍ରୀ ସାହୁ ଚଢାଉରେ ଭଞ୍ଜନଗର ଅବକାରୀ ଥାନାର ଏଏସଆଇ ବହୁମୂଲ୍ୟ ପରିଛା, ମନୋରଞନ ସେଠୀ ଏବଂ ନରେନ୍ଦ୍ର ଶବର ପ୍ରମୁଖ ସାମିଲ ଥିଲେ
