କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା କେଗାଁ ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ପୋଲିସ ଏକ ବାଲି ବୋଝେଇ ହାଇୱା ଜବତ କରିଛି। ଏନେଇ କେଗାଁ ଥାନାରେ କେସ୍ ନମ୍ବର ୧୮୪/୨୬ରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ,ବେଆଇନ ବାଲି ଚାଲାଣ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ କେଗାଁ ଥାନା ଆଇଆଇସି ସଙ୍ଗୀତା ବେଗଙ୍କ ନେତୃତ୍ୱରେ ପୋଲିସ ଟିମ ବୋର୍ଡି ନିକଟରେ ଚଢ଼ଉ କରିଥିଲା। ଏହି ସମୟରେ ଓଡି-୦୮-ଏକ୍ସ-୨୪୫୧ ନମ୍ବରର ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ବାଲି ଚାଲାଣ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଓ ର?ୟାଲଟି ଚାଲାଣ ନଥିବା ଅଭିଯୋଗରେ ହାଇୱାଟିକୁ ଜବତ କରାଯାଇ ଥାନାକୁ ଅଣାଯାଇଛି। ପ୍ରାଥମିକ ତଦନ୍ତରୁ ଜଣା ଯାଏ ଯେ,କଣ୍ଟାମାଲ ନିକଟସ୍ତ ଉଦନ୍ତି ନଦୀ ପଠାରୁ ବାଲି ଉଠାଇ ଅନ୍ୟତ୍ର ଚାଲାଣ କରାଯାଉଥବା ପୋଲିସ ସନ୍ଦେହ କରୁଛି। ଉଦନ୍ତି ନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଣ ଓ ଚାଲାଣ ହେଉଥ?ିବା ନେଇ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବର୍ଷା ଋତୁକୁ ଦୃଷ୍ଟିରେ ରଖି ଜୁନ୍ ୨୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବାଲି ଉଠାଣ ବନ୍ଦ ରହିବା ନେଇ ଖଣି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ରହିଛି। ତେବେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ବାଲିଘାଟରୁ ନିୟମ ଉଲଂଘନ କରି ବାଲି ଉଠାଣ ଓ ହାଇୱା ଯୋଗେ ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଥ?ିବା ନେଇ ଅଭିଯୋଗ ହେଉଛି। ଏହାର ତଦନ୍ତ କରାଯାଇ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
