ପାରାଦୀପ: ୨୦୧୧ ମସିହାରୁ ଏସଆର ଷ୍ଟିଲ ଏବଂ ସମ୍ପ୍ରତି ଏଏମଏନଏସ କମ୍ପାନୀରେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ହେବ ପାଟକୁରା ଅଞ୍ଚଳ ର ନିର୍ମଳ କୁମାର ସାମଲ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେବେ ଗତ ମାର୍ଚ୍ଚ ୨୪ ତାରିଖରେ କମ୍ପାନୀରେ ଫାଷ୍ଟ ସିଫ୍ଟ ଡ୍ୟୁଟି ସାରି ତାଙ୍କ ପାଟକୁରା ସ୍ଥିତ ଘରକୁ ମଟରସାଇକେଲ ରେ ଫେରୁଥିବା ବେଳେ ମଧ୍ୟାହ୍ନ ୨. ୩୦ ମିନିଟ ସମୟରେ ଏକ ଟ୍ରକ ସହିତ ଦୁର୍ଘଟଣା ଘଟି ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଚିକିଶ୍ଚିତ ହେଉଛନ୍ତି ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ନା ଏଏମଏନଏସ କତ୍ତୃପକ୍ଷ ନା ତାଙ୍କ ଠିକା ସଂସ୍ଥା ତାଙ୍କୁ କୌଣସି ସହଯୋଗ କିମ୍ବା ସହାୟତର ହାତ ବଢ଼ାଇ ନାହାନ୍ତି। ଯାହା ଫଳରେ ଏଏମଏନଏସ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆଗାମୀ ଦିନରେ ଏହି ଘଟଣା କି ରୂପ ନେବ ତାହା କହି ହେଉନାହିଁ ।
