ବଙ୍ଗାଲୁର: ଆଇପିଏଲ ୨୦୨୬ । ବିଜୟରୁ ଅଭିଯାନ ଆରମ୍ଭ କଲା RCB । ହାଇଦ୍ରାବାଦକୁ ୬ ୱିକେଟରେ ହରାଇ ଉଦଘାଟନୀ ମ୍ୟାଚକୁ ଜିତି ନେଇଛି ବେଙ୍ଗାଲୁରୁ । ୨୦୨୫ ସିଜିନରେ ଚାମ୍ପିୟନ ହୋଇଥିବା RCB ଚଳିତ ସିଜିନର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ ସହ ବିଜୟୀ ହୋଇଛି ।ଆରସିବି ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୨୬ ବଲ ପୂର୍ବରୁ ଜିତିଛି । ଦଳ ପକ୍ଷରୁ ଘାତକ ବ୍ୟାଟିଂ କରିଥିଲେ ଇମ୍ପାକ୍ଟ ପ୍ଲେୟାର ଦେବିଦତ୍ତ ପାଡିକଲ୍ । ସେ ୨୬ ବଲରୁ ୬୨ ରନର ପାଳି ଖେଳିଛନ୍ତି । ତେବେ ସେ ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାସହ ବିରାଟ କୋହଲି ମଧ୍ୟ ଅର୍ଦ୍ଧାତକୀୟ ପାଳି ଖେଳିଛନ୍ତି ।ବିରାଟ କୋହଲି ପ୍ରଥମରୁ ଦକ୍ଷିଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ପରେ ଆକ୍ରମଣାତ୍ମକ ଭାବେ ବିପକ୍ଷ ଦଳର ବୋଲରଙ୍କୁ ଧୂଲେଇ କରିଥିଲେ । ବିରାଟ ୩୮ ବଲରୁ ୬୯ ରନ୍ କରି ଅପରାଜିତରହିଥିଲେ । ଟିମ୍ ଡେଭିଡ୍ ୧୦ ବଲରୁ ୧୬ ରନର ପାଳି ଖେଳି ଅପରାଜିତ ରହିଛନ୍ତି । ସେପଟେ ହାଇଦ୍ରାବାଦ ପକ୍ଷରୁ ଡେଭିଡ୍ ପାୟେନ ୨ ୱିକେଟ୍ ଅକ୍ତିଆର କରିଥିବାବେଳେ ଜୟଦେବ ଉନାଜକଟ୍ ଏବଂ ହର୍ଷ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆ କରିଥିଲେ । ଉଦଘାଟନୀ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ସୂଚନାଯୋଗ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନ୍ରାଇଜର୍ସ ହାଇଦ୍ରାବାଦ୍ ଭେଟିଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଟିମ୍ର ଅଧିନାୟକ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୩୮ଟି ବଲ୍ ଖେଳି ୮ଟି ଚୌକା ଏବଂ ୫ଟି ଛକା ବଳରେ ୮୦ ରନ୍ ସଂଗ୍ରହ କରିଥିଲେ। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା। ଟସ୍ ଜିଣି ବେଙ୍ଗାଲୁରୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ଟିମ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଅଧିନାୟକ ଈଶାନ କିଶନଙ୍କ ବ୍ୟତୀତ ହେନରିକ୍ କ୍ଲାସେଁ ଭଲ ପ୍ରଦର୍ଶନ କରିଥିଲେ। ସେ ୨୨ଟି ବଲ୍ ଖେଳି ୩୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୨ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ। ସେହିପରି ଅନିକେତ ବର୍ମା ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ୧୮ଟି ବଲ୍ ଖେଳି ୩ଟି ଚୌକା ଏବଂ ୪ଟି ଛକା ବଳରେ ୪୩ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ବେଙ୍ଗାଲୁରୁ ଟିମ୍ର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଉଭୟ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦର ଖେଳାଳି, କୋଚ୍, ଅମ୍ପାୟାରର୍ସ ଏବଂ ପ୍ରଶଂସକ ଗୋଟିଏ ମିନିଟ ପାଇଁ ମୌନ ରହିଥିଲେ। ଗତବର୍ଷ ଆରସିବିର ଚାମ୍ପିଅନ ପରେ ଉତ୍ସବପାଳନ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳଚକଟା ଯୋଗୁ ୧୧ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ୱର୍ଗବାସୀ ଲୋକଙ୍କର ସ୍ମୁତିରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି କେବଳ ଔପଚାରିକତା ପାଇଁ ନୁହେଁ, ବରଂ ପ୍ରଶଂସକ ଏବଂ କ୍ରିକେଟ ମଧ୍ୟରେ ଗଭୀର ସଂପର୍କର ପ୍ରତୀକ ଥିଲା।
