ପୁରୀ: ପୁରୀ ଆଟିଷ୍ଟ ଆସୋସେସନ୍ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ୨୦୨୬ ର ପ୍ରଥମ ଦିନର ନାଟକ ।ଏହି ଅବସରରେ ପୁରୀ ଆଟିଷ୍ଟ ଆସୋସେସନ୍ ର ସମସ୍ତ କର୍ମକର୍ତ୍ତା ମାନଙ୍କ ଦ୍ୱାରା ପ୍ରଥମେ ଏକ ରାଲୀ ବଳଗଣ୍ଡି ଛକରୁ ବାହାରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ନିକଟକୁ ଆସିଥିଲା ଏବଂ ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ କରାଯାଇ ସେଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ପହଞ୍ଚି ଥିଲା ।ମହାପ୍ରଭୁ ଙ୍କ ଆଶିଷ ଭିକ୍ଷା କରିବା ସହ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରି ଆସିଛୁ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ଭରତ ନାୟକ ।ଏହାପରେ ପ୍ରଥମ ଦିନର ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଓ ସଦର ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ର, ପରାମର୍ଶ ଦାତା ପ୍ରଦ୍ୟୁମ୍ନ କୁମାର ମିଶ୍ର,ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର,ଲକ୍ଷ୍ମୀଧର ଖୁଣ୍ଟିଆ,ବରିଷ୍ଠ ଆଇନଜୀବି ପ୍ରଧାନ ଧିରେନ ରାୟ, କିଶୋର ଚନ୍ଦ୍ର ସାହୁ,ଅନୁଷ୍ଠାନର ସଭାପତି ଭରତ ନାୟକ,କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ରଥ ଏବଂ ସମ୍ପାଦକ ରାମକୃଷ୍ଣ ମହାପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।

ନାଟକ ଉପରେ ଏକ ଆଲୋଚନା ଚକ୍ର କରାଗଲେ ନାଟକ ର ଅନେକ ରହସ୍ୟମୟ ତଥ୍ୟ ମିଳି ପାରନ୍ତା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହାପରେ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ରେ ଯେଉଁମାନେ କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ସହରାଞ୍ଚଳରୁ ଗୋପବନ୍ଧୁ ପ୍ରତିହାରୀ ଏବଂ ଗ୍ରାମାଞ୍ଚଳ ରୁ ଗଦାଧର ବାରିକ ଙ୍କୁ ଆଜୀବନ ନାଟକ ସାଧନା ସମ୍ମାନରେ ସମ୍ମାନିତ କରାଯିବା ସହ ନାଟକ ନିର୍ଦ୍ଦେଶକ ବିକାଶ ଦତ୍ତ,ଆରାଧନା ପଣ୍ଡା,ସୁମିତ୍ରା ମହାନ୍ତି,ପ୍ରଦୀପ କୁମାର ବେହେରା,ସସ୍ମିତା ଶତପଥୀ,ବିଚାରକ ମଞ୍ଜୁଲତା ମିଶ୍ର,ଆଦ୍ୟାଶା ମହାପାତ୍ର,ପ୍ରଦୀପ କୁମାର ପ୍ରଧାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହାପରେ ନାଟକ “ମାର୍ଫତ୍ ଇଶ୍ୱର” ମଞ୍ଚସ୍ଥ କରାଯାଇଥିଲା ।ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦତ୍ତ ।ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ,ସମୀର ଶତପଥୀ,ଭାରତୀ ମହାପାତ୍ର,ପ୍ରତାପ କୁମାର ସାହୁ,ସବିତା ହରିଚନ୍ଦନ, ଶୁଭସ୍ମିତା ରାଉତରାୟ,ମନିଷା ମହାନ୍ତି,ପ୍ରଦୀପ ପ୍ରଧାନ,ବିକାଶ ଦତ୍ତ ,ଦୀପକ କୁମାର ମହାନ୍ତି,ଗଣେଶ ମହାପାତ୍ର,ଅଭ୍ୟୁଦୟ ଦାସ ,ନରସିଂହ ମହାପାତ୍ର,ପ୍ରତାପ କୁମାର ସାହୁ,ଦେବୀ ପ୍ରସାଦ ମିଶ୍ର,ଅନୁପ ପଟ୍ଟନାୟକ,ହିମାଂଶୁ ପୃଷ୍ଟି,ମଧୁସୂଦନ ପୂଜାପଣ୍ଡା, ବୁବୁନ ମିଶ୍ର,ବିଦୁ ଭୂଷଣ ନାୟକ,ସାଗାରିକା ପାଲ ପ୍ରମୁଖ ପରିଚାଳନା କରିଥିଲେ ।ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ଶ୍ରୀ ନାୟକ।ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ।
