ପୁରୀ : ପୁଣି ପୁରୀରେ ଗଡ଼ିଲା ମୁଣ୍ଡ। ପୁରୀ ପେଣ୍ଠକଟା ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ। ପେଣ୍ଠକଟା ଧୋବାଖାଲ ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକ ମୃତ ଯୁବକ ବଡ଼ଶଙ୍ଖ ଅଞ୍ଚଳର ତପୁ ନାୟକ ସମୁଦ୍ର କୂଳ ଥାନା ପୋଲିସ, ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ପଠାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ।? ମୃତ ଯୁବକ ଜଣକ ମୁହଁ ମାଡ଼ି ପଡ଼ିଥିବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତୁରନ୍ତ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ କରିବା ପାଇଁ ସାଧାରଣରେ ଦାବି ହୋଇଛି।
