ନୂଆଦିଲ୍ଲୀ: ସରକାର ଶିଳ୍ପ ସହିତ ସହଭାଗିତାରେ ୧୨୦ ଆକାଂକ୍ଷୀ ଜିଲ୍ଲା ଏବଂ ସାମାଜିକ, ଆର୍ôଥକ ଏବଂ ଶିକ୍ଷାଗତ ଭାବରେ ପଛୁଆ ୫୦୦ ବ୍ଲକରେ ଡ୍ରାଇଭିଂ ସ୍କୁଲ ଖୋଲିବେ। ଯାହା ଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧ କୋଟି ନିଯୁକ୍ତି ସୃଷ୍ଟି ହେବ। ରାଜଧାନୀରେ ଏକ ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ତାରକା ଆମିର ଖାନଙ୍କ ସହ ଆଲୋଚନା ସମୟରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଦେଶରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି ଏବଂ ସରକାର ୨୦୦ ଡ୍ରାଇଭିଂ ସ୍କୁଲ ଖୋଲିଛନ୍ତି। ଆମେ ୧୨୦ ଆକାଂକ୍ଷୀ ଜିଲ୍ଲା ଏବଂ ସାମାଜିକ, ଆର୍ôଥକ, ଶିକ୍ଷାଗତ ଭାବରେ ପଛୁଆ ୫୦୦ ଆକାଂକ୍ଷୀ ବ୍ଲକରେ ଶିଳ୍ପ ସହାୟତାରେ ଡ୍ରାଇଭିଂ ତାଲିମ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛୁ। ଏହି ପଦକ୍ଷେପ ମାଧ୍ୟମରେ ଆମେ ୧ କୋଟି ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।
