ପୁରୀ: ଅଠରନଳା ଶିକ୍ଷାଶ୍ରୀ ଲେନ ସ୍ଥିତ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରୋଟାରୀଆନ ଅଶୋକ କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମ୍ମାନିତ ଅତିଥି, ସଭାପତି ରମେଶ ଚନ୍ଦ୍ର ଦାଶ, ସମ୍ପାଦକ ମହେନ୍ଦ୍ର ବିଶୋଇ, ସହ ସମ୍ପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ, ପ୍ରାତଃ ବିଭାଗ ସଂଚାଳିକା ମମତା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଅତିଥି ମାନେ ବିଦ୍ୟାର୍ଥୀମାନଙ୍କୁ କଷ୍ଟଲବ୍ଧ ସ୍ୱାଧୀନତାର ମହତ୍ୱ ଏବଂ ଆଜିର ସମାଜରେ ନାଗରିକମାନଙ୍କ କର୍ତ୍ୱ୍ୟ ସମ୍ପର୍କରେ ଅବତାରଣା କରିଥିଲେ।ଏହି ଉତ୍ସବରେ ଦେଶ ବନ୍ଦନା ଗାନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ କୁନି କୁନି ବିଦ୍ୟାର୍ଥୀ ମାନେ ବିଭିନ୍ନ ଦେଶାତ୍ମବୋଧକ ସଂଗୀତ, ନୃତ୍ୟ ପରିବେଷଣ କରିଥିଲେ। ସୁଚିସ୍ମିତା ମହାପାତ୍ର, ରଶ୍ମିତା ସମର୍ଥା, ସୋନମପ୍ରିୟା ସେନାପତି, ରାଜଲକ୍ଷ୍ମୀ ପାଟ୍ଟଯୋଶୀ, ସୁସ୍ମିତା ବାରିକ, ଅପରାଜିତା ଦ୍ୱିବେଦୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚ ସଂଯୋଜନା କରିଥିଲେ ପ୍ରଜ୍ଞା ସାହୁ। ଶ୍ରୀନାଥ ପରିଡା, ଜଳନ୍ଧର ବିଶୋଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
