ବେଗୁନିଆପଡା: କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲ୍ଲି ଗ୍ରାମରେ ରେ ପାରିବାରିକ କଳହ ର କରୁଣ ପରିଣତି ଦେଖିବାକୁ ମିଳିଛି।ସ୍ୱାମୀ ସ୍ତ୍ରୀ ଙ୍କ କଳହ ତିବ୍ରତର ହେବାରୁ ସ୍ତ୍ରୀ ଉତ୍ତେଜିତ ହୋଇ ପନିକି ରେ ସ୍ୱାମୀକୁ ହାଣି ରକ୍ତାକ୍ତ କରିଛନ୍ତି। ସ୍ୱାମୀ କୃଷ୍ଣ ତାରିଣୀ ଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପରି ଘଟଣା କାହିଁକି ଘଟିଲା ତା ଉପରେ ସମସ୍ତଙ୍କ ସନ୍ଦେହ ସୃଷ୍ଟି ହୋଇଛି।
