ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଜଗତରେ ଯୋଡ଼ି ହୋଇଛି ଆଉ ଏକ ସଫଳତାର ଫର୍ଦ୍ଦ। ଆରମ୍ଭ ହୋଇଛି ପ୍ରଥମ ଜାତୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍। ଭାରତରେ ପ୍ରଥମ ଥର ଏହି ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଭେନ୍ୟୁ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ। ଉଭୟ ମହିଳା ଓ ପୁରୁଷ ବର୍ଗରେ ୧୩ଲେଖାଏଁ ମୋଟ ୨୬ଟି ଇଭେଣ୍ଟେରେ ହେବ ପ୍ରତିଦ୍ୱନ୍ଦ୍ୱିତା। ୩୨ ରାଜ୍ୟ, ୨୫୦ଋଅଧିକ ଖେଳାଳି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଜାତୀୟ ଇନ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନସିପ୍ । ପ୍ରଥମ ଦିନରେ ୧୭ଟି ଇଭେଣ୍ଟେ୍ରେ ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ପୁରୁଷ ୩ହଜାର ମିଟର ଦୌଡ଼ରୁଆରମ୍ଭ ହୋଇଥିଲା ଚାମ୍ପିଅନସିପ। ପରେ ଆରମ୍ଭ ହୋଇଥିଲା ମହିଳା ୩ହଜାର ମିଟର ଦୌଡ଼। ଏଥିରେ କର୍ଣ୍ଣାଟକର ସି. ପ୍ରିୟଙ୍କା ସ୍ୱର୍ଣ୍ଣ ଜିତିଥିବା ବେଳେ ଓଡ଼ିଆ ଆଥଲେଟ୍ ସୁସ୍ମିତା ତିଗା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୨୦ବର୍ଷରୁ କମ ପୁରୁଷ ସଟ୍ପୁଟ୍ରେ ସ୍ୱର୍ଣ୍ଣ ଜିତିଛନ୍ତି ଓଡ଼ିଆ ଆଥ୍ଲେଟ୍ ଓମ୍କାର ପ୍ରସାଦ ନନ୍ଦ । ପ୍ରଥମ ଇନ୍ଡୋର ଆଥଲେଟିକ୍ସକୁ ନେଇ ବେଶ ଉତ୍ସାହିତ ସମସ୍ତ ଖେଳାଳି। ୨୦୨୮ ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଭାରତକୁମିଳିଛି ଆୟୋଜନ ଦାୟିତ୍ୱ। ଆଉ ଏକମାତ୍ର ଭେନ୍ୟୁ ଭାବେ କଳିଙ୍ଗ ଷ୍ଟାଡିୟମରେ ହେବ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା। ଏହାପୂର୍ବରୁ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଓଡ଼ିଆ ଖେଳାଳିଙ୍କ ପାଇଁ ଏକ ସୁଯୋଗ ଦେଇଛି ଏହି ଭେନ୍ୟୁରେ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ। ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ, ପ୍ରତୀକ ମହାରଣା, ବାପି ହଂସଦାଙ୍କ ଭଳି ଓଡ଼ିଶାରୁ ୩୩ଜଣ ଖେଳାଳି ଚାମ୍ପିୟନସିପରେ ଭାଗ ନେଇଛନ୍ତି। ୩୨ଟି ରାଜ୍ୟର ଖେଳାଳିଙ୍କ ସହ ୪ଟି ସର୍ଭିସେସ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି।
