ଦଶପଲ୍ଲା : ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆ ନିକଟସ୍ଥ ତ୍ରିନାଥ ମନ୍ଦିର ସାମ୍ନାରେ ରାଜସ୍ଥାନ ନମ୍ବର ଥିବା ଏକ ଗୋରୁ ବୋଝେଇ କଣ୍ଟେନରକୁ ରାସ୍ତା ଉପରେ ଛାଡ଼ି ଗୁରବାର ବିଳମ୍ବିତ ରାତିରେ ଡ୍ରାଇଭର ଫେରାର ହୋଇଯାଇ ଥିବା ଜଣାପଡିଥିଲା।
ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକ ଦେଖି ଦଶପଲ୍ଲା ଥାନାକୁ ଖବର ଦେବାପରେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଂଚି କଣ୍ଟେନର କୁ ଜବତ କରିବା ସହିତ ରୁ ୩୫ଟି ଗୋରୁ କୁ ଉଦ୍ଧାର କରି ଗୋ – ଶାଳା ରେ ଛାଡ଼ିଥିବା ସୂଚନା ମିଳିଛି।
