ପୁରୀ: ଅଠରନଳା ପାଟଣା ଗ୍ରାମରେ ଖୋଲିବ ନୂଆ ବିଦେଶୀ ମଦ ଦୋକାନ । ଏହାକୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ପ୍ରସ୍ତାବିତ ମଦ ଦୋକାନ ସମ୍ମୁଖ ରାସ୍ତାରେ ଗ୍ରାମବାସୀ ଓ ମହିଳା ମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରୋକ କରିଥିଲେ । ମହିଳା ଓ ସ୍ୱଂୟ ସହାୟିକା ଗୋଷ୍ଠୀର ଅନେକ ମହିଳା ଚିଙ୍ଗୁଡି ଫ୍ୟାକ୍ଟ୍ରି ସମ୍ମୁଖ ମଦ ଦୋକାନ ସମ୍ମୁଖ ରାସ୍ତାରେ ପ୍ଲାଗ କାର୍ଡ ଧରି ସ୍ଲୋଗାନ ଦେଇଥିଲେ । ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଆମ କଥା ନଶୁଣନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନି ଦେଇଛନ୍ତି । ରାସ୍ତାରୋକ ଆନ୍ଦୋଳନରେ ଗ୍ରାମ୍ଯ କମିଟିର ସଭାପତି ଲକ୍ଷ୍ମୀଧର ଦାସ , ସମ୍ପାଦକ ପ୍ରଶାନ୍ତ କୁମାର ପରିଡା , ଲୋକନାଥ ପଟ୍ଟନାୟକ,ସୁକାନ୍ତ ସେଠୀ,ସଞ୍ଜୟ ପରିଡା, ଜଗନ୍ନାଥ ପରିଡା ,ନୃସିଂହ ପ୍ରଧାନ,ତପନ କୁମାର ଦାସ,ଲକ୍ଷ୍ମୀଧର ଦାସ, ମନୋଜ କୁମାର ଦାସ, ନୃସିଂହ ପାତିଆ,ବିଶ୍ୱନାଥ ପାତ୍ର, ଟୁକୁ ପାତ୍ର ଶାନ୍ତି ପାତ୍ର,ସୁକାନ୍ତ କୁମାର ପରିଡା, ପ୍ରଦୀପ କୁମାର ପରିଡାଙ୍କ ସମେତ ଶତାଧିକ ଲୋକ ଓ ମହିଳା ବିରୋଧ ପ୍ରଦର୍ଶନ କରିଥିଲେ । ସଦର ଥାନା ଅଧିକାରୀ ଓ ପୋଲିସ ଫୋର୍ସ ସମେତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଡାକରା କ୍ରମେ ଅଠରନଳା ପାଟଣା ଗ୍ରାମର ପ୍ରତିନିଧି ମାନେ ରାସ୍ତାରୋକ ସ୍ଥଳରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡ଼ାଙ୍କ ସହ ଆଲୋଚନା ହୋଇଥିଲା । ମଦ ଦୋକାନ ନଖୋଲିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ହଟିଥିଲେ ।
