ନୀଳଗିରି; ଭାଲୁ, ହାତୀ ଲଢେଇରେ ମଣିଷ। କେତେ ବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେ ବେଳେ ଭାଲୁ, ହାତୀର ଜୀବନ ଯାଉଛି। ଏଥିସହ ଜଙ୍ଗଲି ଜନ୍ତୁ ମାନଙ୍କର ଶିକାର ହୋଇ ମେଡିକାଲ ବେଡରେ ଖର୍ଚ୍ଚାନ୍ତ ହୋଇ ସର୍ବସାନ୍ତ ହେବାକୁ ପଡୁଥିବାର ନଜିର ରହିଛି। ଏପରିକି ଜୀବନ ସାରା ଗୋଟିଏ ଗୋଟିଏ ପରିବାରକୁ ଆଖିରୁ ଝରାଇବାକୁ ପଡୁଛି। ସୂଚନା ଥାଉକି ଭାଲୁ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବାର ଦେଖିବାକୁ ମିଳିଛି। ଏବଂ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ନୀଳଗିରି ଥାନା ଅଧୀନ ଦ୍ୱାରିକା ଓ ଜୁରିଆପାଟଣା ଗ୍ରାମର ଘଟଣା। ବିଲକୁ ଯାଉଥିବା ସମୟରେ ଅଚାନକ ଆକ୍ରମଣ କରିଥିଲା ଭାଲୁ । ବିବରଣୀରୁ ପ୍ରକାଶ ଆଜି ଭୋର ସମୟରେ ଦ୍ୱାରିକା ଗ୍ରାମର ଦିଲ୍ଲିପ ବାରିକ ବିଲକୁ ଯାଉଥିବା ସମୟରେ ଅଚାନକ ଏକ ଭାଲୁ ପଛପଟୁ ଆକ୍ରମଣ କରି ତଳେ ପକାଇ ଦେଇ ମୁହଁକୁ ଏବଂ ଦେହକୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲା।ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଦିଲ୍ଲିପକୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ଆଣିଥିଲେ । ସେହିପରି ଜୁରିଆପାଟଣା ଗ୍ରାମର ସୁକାନ୍ତୀ ବେହେରା ଭୋର ସମୟରେ ଶୌଚ ହେବା ପାଇଁ ଗଡିଆକୁ ଯାଇଥିବା ସମୟରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ଥିତି ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁ ଓ ହାତୀକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଥିବାର କୁହାଯାଉଛି । ଭାଲୁ ଓ ହାତୀ ଆକ୍ରମଣ ନୀଳଗିରି ଅଞ୍ଚଳରେ ନିତିଦିନିଆ ଘଟଣା ହୋଇଯାଇଥିବା ବେଳେ ଜଙ୍ଗଲ ବିଭାଗର ବେପରୁଆ ମନୋଭାବ ଯୋଗୁଁ ବାରମ୍ବାର ଜଙ୍ଗଲି ଜନ୍ତୁଙ୍କ ପାଖରୁ ଶିକାର ହେବାକୁ ପଡୁଥିବାର ସାଧାରଣ ଜନତା ଅଭିଯୋଗ ଉଠାଇଛନ୍ତି।
