କଟକ: ମେ’ ୨୯ରେ ଅନୁଷ୍ଠିତ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା । ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ରେ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଫର୍ମ ଫିଲପ କରିପାରିବେ । ମେ’ ୧୫ରେ ମିଳିବ ଆଡମିଟ କାର୍ଡ । ଉଭୟ ଇନ୍-ସର୍ଭିସ, ନୂଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ମାର୍ଚ୍ଚ ୨୬ରୁ ଏପ୍ରିଲ ୯ ଯାଏଁ ଫର୍ମ ଫିଲପ , ମେ‘ ୧୫ରେ ମିଳିବ ଆଡମିଟ କାର୍ଡ
ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ ସମ୍ବଳିତ ନିର୍ଦ୍ଦେଶାବଳୀ, ପାଠ୍ୟକ୍ରମ ଏବଂ ଜାରି ପ୍ରମାଣପତ୍ର ପାଇଁ ଫର୍ମାଟ୍ (ୱେବସାଇଟ୍) ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ରେ ଉପଲବ୍ଧ ହେବ । ଅନଲାଇନ୍ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି, ବିଷୟ ଇତ୍ୟାଦି ସୂଚନା ପରବର୍ତ୍ତୀ ପର୍ଯ୍ୟାୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋର୍ଡ ପକ୍ଷରୁ ଦର୍ଶାଯାଇଛି । ଓଟିଇଟି-୨୦୨୬ ପେପର-୧ ସକାଳ ୯ ଟାରୁ ୧୧ଟା ୩୦ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ, ପେପର-୨ ଅପରାହ୍ନ ୨ ଟାରୁ ୪ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
