ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ନୂଆ ଟ୍ୱିଷ୍ଟ । ଆକ୍ରମଣ ଓ ପ୍ରତି ଆକ୍ରମଣର ବିପଦ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୫ ଦିନ ପାଇଁ ଆମେରିକା ସେନା ଇରାନର କୌଣସି ଏନର୍ଜୀ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରିବ ନାହିଁ । ୫ ଦିନ ପାଇଁ ସମସ୍ତ ପ୍ରକାରର ଇରାନ ବିରୋଧୀ ସୈନ୍ୟ ଆକ୍ରମଣକୁ ସ୍ଥଗିତ ରଖିବାକୁ ଆମେରିକା ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ସ୍ଥଗିତ ରହିଥିବା କହିଥିଲେ ହେଁ ଇରାନ କିଛି ବି ଘୋଷଣା କରିନି । ସେହିପରି ଦୁଇ ପକ୍ଷ ମଧ୍ୟରେ ସତରେ ଆଲୋଚନା ହୋଇଛି କି ନାହିଁ, ସେକଥା ମଧ୍ୟ ତେହରାନ ସ୍ପଷ୍ଟ କରିନାହିଁ ।ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ହ୍ରାସ କରିବାର ସଙ୍କେତ ଦେଇ ଟ୍ରମ୍ପ କହିଛନ୍ତି ଯେ ୱାଶିଂଟନ ଓ ତେହରାନ ଏବେ ଗୋଟିଏ ଉତ୍ତମ ଓ ଫଳପ୍ରଦ ଆଲୋଚନା କରିଛନ୍ତି । ଏଥିସହ ମଧ୍ୟପ୍ରାଚ୍ୟରେ ବିବାଦ ହ୍ରାସ କରିବା ନେଇ ଗୋଟିଏ ପୂର୍ଣ୍ଣ ସଂକଳ୍ପ ଆସିବାର ସମ୍ଭାବନା ଥିବା ମଧ୍ୟ ସେ କହିଛନ୍ତି । ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଇରାନୀୟ ପାୱାର ପ୍ଲାଣ୍ଟ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଆସନ୍ତା ୫ ଦିନ ସ୍ଥିଗତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୪ ସପ୍ତାହ ଧରି ଜାରି ରହିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ପ୍ରଥମଥର ପାଇଁ ଏପରି ଘୋଷଣା ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ସୋଶାଲ ମିଡିଆରେ ଗୋଟିଏ ବିବୃତି ଜାରି କରି ଟ୍ରମ୍ପ କହିଛନ୍ତି, “ଗତ ୨ ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଗୋଟିଏ ଫଳପ୍ରଦ ଓ ଉତ୍ତମ ଆଲୋଚନା ହୋଇଛି । ଏହି ବିସ୍ତୃତ, ଗଭୀର ଓ ଫଳଫ୍ରଦ ଆଲୋଚନା ଆସନ୍ତା ଗୋଟିଏ ସପ୍ତାହ ଧରି ଜାର ରହିବ । ମୁଁ ପ୍ରତିରକ୍ଷା ବିଭାଗକୁ ବର୍ତ୍ତମାନ ଚାଲିଥିବା ବୈଠକ ଓ ଆଲୋଚନାର ସଫଳତାକୁ ଧ୍ୟାନରେ ରଖି ଇରାନୀୟ ପାୱାର ପ୍ଲାଣ୍ଟ ଓ ଶକ୍ତି ଭିତ୍ତିଭୂମି ଉପରେ କୌଣସି ପ୍ରକାରର ସୈନ୍ୟ ଆକ୍ରମଣ ଆସନ୍ତା ୫ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି ।’’ ତେବେ ଏହି ଆଶ୍ୱସ୍ତି ସାମୟିକ । ଅସ୍ଥାୟୀ ଭାବେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି । ଆକ୍ରମଣର ଭବିଷ୍ୟତ ବର୍ତ୍ତମାନ ଚାଲିଥିବା ଆଲୋଚନା ଉପରେ ହିଁ ନିର୍ଭର କରୁଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ସ୍ଥଗିତ ଘୋଷଣାକୁ କଟାକ୍ଷ କରିଛି ଇରାନ । ଟ୍ରମ୍ପଙ୍କୁ ପରୋକ୍ଷରେ ଇରାନ ମିଛୁଆ କହିବାକୁ ମଧ୍ୟ ପଛାଇ ନାହିଁ । ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ସହ କୌଣସି ପ୍ରକାରର ଆଲୋଚନା ହୋଇନାହିଁ । ଇରାନର କାଉଣ୍ଟ ଉପରେ ଆକ୍ରମଣ କରାଯିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ତେହରାନ କହିଥିଲା । ଆକ୍ରମଣର ଜବାବ ଦେବାକୁ ପଶ୍ଚିମ ଏସିଆରେ ଥିବା ସମସ୍ତ ପାୱାର ପ୍ଲାଣ୍ଟ ଓ ଭିତ୍ତିଭୂମି ଉପରେ ଇରାନ କାଉଣ୍ଟ ଓ ଶକ୍ତି ଭିତ୍ତିଭୂମି ଉପରେ କୌଣସି ପ୍ରକାରର ସୈନ୍ୟ ଆକ୍ରମଣ ଆସନ୍ତା ୫ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇ
