ନୂଆଦିଲ୍ଲୀ: ଯୁଦ୍ଧ ନାଁରେ ଚାଲିଛି ସର୍ବନାଶ । ଆଲୋଚନା ବଦଳରେ ଚାଲିଛି ଅହଙ୍କାରର ଲଢ଼େଇ। ଦିଆଯାଉଛି ଧମକ ଓ ଚେତାବନୀ । ଅସ୍ତ୍ର ମାଧ୍ୟମରେ କ୍ଷମତା ପ୍ରଦର୍ଶନ କରୁଛନ୍ତି ଇରାନ୍, ଇସ୍ରାଏଲ ଓ ଆମେରିକା । ଆତ୍ମରକ୍ଷାର ବାହାନା କରି ଯୁଦ୍ଧ ଆରମ୍ଭ କରିଥିବା ଇସ୍ରାଏଲ ହାତରୁ ଖସିଗଲାଣି ସ୍ଥିତି । ଧମକ ପରେ ବି ନରମୁନି ଇରାନ୍ । ଏପଟେ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ମୁକ୍ତ କରିବା ପାଇଁ ଇରାନକୁ ୪୮ ଘଣ୍ଟାରସମୟ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଇରାନର ମିସାଇଲ୍ କ୍ଷମତାକୁ କମ୍ ଭାବି ଏବେ ବଡ଼ ଚିନ୍ତାରେ ଇସ୍ରାଏଲ । ଇରାନର ମିସାଇଲ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରେ ଭାବି ନିଜର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିଥିଲା ଇସ୍ରାଏଲ । ହେଲେ ଭାରତ ମହାସାଗରରେ ୪ ହଜାର କିମି ପର୍ଯ୍ୟନ୍ତ ହାଇପର ସୋନିକ୍ ମିସାଇଲ ଟାର୍ଗେଟ୍ କରି ଶତ୍ରୁପକ୍ଷଙ୍କୁ ଚମକାଇ ଦେଇଛନ୍ତି ଇରାନ ସେନା । ଇରାନର ସୁପର ମିସାଇଲ କ୍ଷମତା ଇସ୍ରାଏଲର ନିଦ ହଜାଇ ଦେଇଛି । ଏହି ଦୂରତାରେ ବିଶ୍ୱର ବଡ଼ବଡ଼ ସହର ଅତି ସହଜରେ ଟାର୍ଗେଟ୍ ହେଉଥିବାରୁ ସମସ୍ତଙ୍କୁ ସଚେତନ କରିଛି ଇସ୍ରାଏଲ । ବର୍ଲିନ, ପ୍ୟାରିସ ଓ ରୋମକୁ ମଧ୍ୟ ଟାର୍ଗେଟ କରିପାରେ ଇରାନ୍ । ଏହି ସବୁ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ହୋଇଥିବାରୁ ଏଭଳି ଚେତାବନୀକୁ ସେମାନେ ମଧ୍ୟ ହାଲୁକଭାବେ ନେଇ ପାରୁନାହାନ୍ତି । ଏପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଘନଘଟା ଅତି ଗମ୍ଭୀର ହେଉଛି । ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନିୟନ୍ତ୍ରଣ କରି ଆମେରିକାକୁ ନାଲିଆଖି ଦେଖାଉଛି ଇରାନ । ଯାହାର ପ୍ରଭାବ ବିଶ୍ୱର ସବୁ ଦେଶ ଉପରେ ପଡୁଛି । ଆମେରିକା ମଧ୍ୟ ଇରାନକୁ ସାବାଡ କରିବାକୁ ଅଲଟିମେଟମ୍ ଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ବାର୍ତ୍ତା ସହ ୪୮ ଘଣ୍ଟାରଡେଡଲାଇନ୍ ଦେଇଛନ୍ତି । ଏହି ସମୟ ଭିତରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନିଜ ନିୟନ୍ତ୍ରଣ ବାହାରେ ରଖିବାକୁଚେତାବନୀ ଦେଇଛନ୍ତି, ନହେଲେ ଇରାନର ଶକ୍ତି କ୍ଷେତ୍ର ସମ୍ପୂର୍ଣ୍ଣ ଧ୍ୱଂସ ହେବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଯୁଦ୍ଧ ୨୩ ଦିନରେ ପହଞ୍ଚିଲାଣି । କେବଳ ଚେତାବନୀ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ କାହା ନିୟନ୍ତ୍ରଣରେ ନାହିଁ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞମାନେ ଆଶଙ୍କା କଲେଣି । କାରଣ କିଛି ଦିନ ତଳେ ଟ୍ରମ୍ପ ଯୁଦ୍ଧ ବିରାମ ହେବାକୁ ଯାଉଛି ବୋଲି କହିଥିଲେ । ଠିକ୍ ପରେ ପରେ ଇରାନ ଏହାକୁ ଚ୍ୟାଲେଞ୍ଜ କରି ଇସ୍ରାଏଲର କିଛି ସ୍ଥାନରେ ମିସାଇଲ ଆକ୍ରମଣ କରିଥିଲା। ଯୁଦ୍ଧ ଆସି ଭାରତ ମହାସାଗରରେ ମଧ୍ୟ ପହଞ୍ଚିଲାଣି । ଟ୍ରମ୍ପଙ୍କ ଧମକକୁ ଖାତିର ନକରି ଯୁଦ୍ଧକୁ ଫୁଲ୍ ଫେଜରେ ଆଗେଇ ନେବାକୁ ପ୍ରୟାସ ଚଳାଇଛି ଇରାନ୍ ସେନା ।
