ପୁରୀ: ପୁଣି ପୁରୀରୁ ବ୍ରାଉନ ସୁଗାର ଜବତ। ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହିତ ନଗଦ ଦୁଇ ହଜାର ଟଙ୍କାଜବତ କରିଛି ପୁରୀ ଅବକାରୀ ବିଭାଗ। ପୁରୀ ଅବକାରୀବିଭାଗ ୧୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହଜଣେ ଅଭିଯୁକ୍ତକୁ ମଧ୍ଯ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ସତ୍ୟବାଦୀ ବରାଳ ଗ୍ରାମର ମିଥୁନ ମହାପାତ୍ର।ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମ ନିକଟ ତ୍ରିନାଥମନ୍ଦିର ସମ୍ମୁଖରେ ଅଭିଯୁକ୍ତ ମିଥୁନ ବ୍ରାଉନ ସୁଗାର ବ୍ୟବସାୟ ଚଳାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମିଥୁନ କୁ ଗିରଫ କରିବା ସହିତ ତା ନିକଟରୁ ୧୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ତେବେ ଅଭିଯୁକ୍ତ ଜଣକ କେଉଁଠାରୁ ବ୍ରାଉନ ସୁଗାର ଆଣି ବିକ୍ରୀ କରୁଥିଲା ଏବଂ ଏହା ପଛରେ ଆଉ କାହାର ହାତ ରହିଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।
