ପୁରୀ: ସାଂପ୍ରତିକ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଅମ୍ଳଜାନ ଭାରତବର୍ଷ ପାଇଁ ଏକ ଆବଶ୍ୟକତା ଆଉ ଅମ୍ଳଜାନ ପାଇଁ ବ୍ୟାପକ ବୃକ୍ଷରୋପଣ ବଡ଼ ଆବଶ୍ୟକତା। ଏହି ସ୍ଲୋଗାନ ସହ ଆଜି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ନୂତନ ଭାବେ ଘୋଷିତ ପୁରୀ ମହାନଗର ନିଗମ ପରିସରଭୁକ୍ତ ଆଳିକିଆ, ବାଟମଙ୍ଗଳା ନଗରରେ ବ୍ୟାପକ ବଉଳ,ନିମ୍ବ ,କଦମ୍ବ ଓ ଅଗସ୍ତି ବୃକ୍ଷରୋପଣ କରାଯାଇଛି।

ନିର୍ମାଲ୍ୟ ର ସଂପାଦକ ତଥା ପ୍ରକୃତି ବନ୍ଧୁ ଡକ୍ଟର ବିଶ୍ୱନାଥ ମିଶ୍ରଙ୍କ ନେତୃତ୍ୱରେ ସଭାପତି ଡକ୍ଟର ବଦ୍ରି ମିଶ୍ର, ପରିବେଶବିତ୍ ସରୋଜ ଜେନା, ଗଙ୍ଗାଧର ଦାଶ, ହେମନ୍ତ ନାୟକ, ଦୁଷ୍ମନ୍ତ ସାହୁ, ଶିବରାମ ପ୍ରଧାନ,ଶ୍ୟାମପ୍ରକାଶ ସେନାପତି, ଶିବ ସୁନ୍ଦର ମିଶ୍ର,ତାପସ ନାୟକ, ପ୍ରଶାନ୍ତ ନାୟକ ଓ ଅଭିଜିତ ରାଉତ ପ୍ରମୁଖ ଏହି ବୃକ୍ଷରୋପଣ କରିବା ସହ ସଚେତନତା ଶୋଭାଯାତ୍ରା କରିଥିଲେ। ଆଗାମୀ ସେପ୍େଟମ୍ବରରେ ବ୍ରହ୍ମଗିରି ର ବାଲି ହରଚଣ୍ଡି ସଂଲଗ୍ନ ଗ୍ରାମାଞ୍ଚଳରେ ବୃକ୍ଷରୋପଣ କରାଯିବ ବୋଲି ସଂପାଦକ ଡକ୍ଟର ବିଶ୍ୱନାଥ ମିଶ୍ର ଜଣାଇଛନ୍ତି।
