ଫୁଲବାଣୀ: ଫୁଲବାଣୀରୁ କୋର୍ଟ ସାକ୍ଷୀ ଏକଜାମିନ କରିବାକୁ ଦାରିଙ୍ଗବାଡି ଜେ ଏମ ଏଫ ସି କୋର୍ଟ କୁ ଯାଇଥିବା ଓକିଲ ଶ୍ରୀ ପ୍ରୀତି ରଞ୍ଜନ ପାତ୍ର ଙ୍କ ର ମୃତ୍ୟୁ ଘଟିଛି । କୋର୍ଟ ରେ ସାକ୍ଷୀ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓକିଲ ପ୍ରୀତି ପ୍ରୀତିରଞ୍ଜନ। ସେ କୋର୍ଟ ବାହାର କୁ ଆସିଥିଲେ। ସହଯୋଗୀ ଓକିଲ ଦିପକ ରଥ ଙ୍କୁ ଯନ୍ତ୍ରଣା ହେଉଛି ବୋଲି କହିଥିଲେ। ସଙ୍ଗେ ସଙ୍ଗେ ପ୍ରୀତି ରଞ୍ଜନ ଙ୍କୁ ଦାରିଙ୍ଗିବାଡି ଡାକ୍ତରଖାନା ନିଆ ଯାଇଥିଲା। ଦାରିଙ୍ଗିବାଡି ଡାକ୍ତର ଖାନ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋର୍ଟ ର କର୍ମଚାରି ମାନେ ମଧ୍ୟ ଡାକ୍ତର ଖାନାକୁ ଯାଇଥିଲେ। ପ୍ରୀତି ରଞ୍ଜନ ପାତ୍ର ଦୀର୍ଘ ଦିନ ଧରି ଫୁଲବାଣୀରେ ଓକିଲାତି କରୁଥିଲେ। ସେ ଫୁଲବାଣୀ ଓକିଲ ସଂଘ ର ଏକ ବରିଷ୍ଠ ସଦସ୍ୟ ଥିଲେ। ପ୍ରୀତି ମେଳାପୀ ଓ ବନ୍ଧୁ ବତ୍ସଳ ଥିଲେ। ତାଙ୍କ ପିତା ସ୍ୱର୍ଗତ ପୁର୍ଣ ଚନ୍ଦ୍ର ପାତ୍ର ଫୁଲବାଣୀ ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିଲେ। ଅବସର ପରେ ସେ ମଧ୍ୟ ଓକିଲାତି କରୁଥିଲେ। ଫୁଲବାଣୀରେ ପ୍ରୀତିଙ୍କ ପରିବାର ଅଛନ୍ତି। ତାଙ୍କର ଅକାଳ ବିୟୋଗରେ ଫୁଲବାଣୀ ବାର ଆସୋସିଏସନ,ଦାରିଙ୍ଗବାଡି, ଓ ବାଲିଗୁଡା ଓକିଲ ସଂଘରେ ଶୋକର ଛାୟା ଖେଳିଯାଇଛି। ଫୁଲବାଣୀ ବାର ଆସୋସିଏସନ ର ସଭାପତି ଶ୍ରୀ ଭଗବାନ ମହାନ୍ତି ଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଙ୍ଘ ଏକ ସଦସ୍ୟଙ୍କୁ ହରେଇଲା ଓ ପ୍ରୀତୀ ରଞ୍ଜନ ପାତ୍ର ଏକ କର୍ତ୍ତବ୍ୟରତ ଓକିଲ ଭାବେ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ। ସେ ଜଣେ ମେଳାପୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପ୍ରୀତ ଙ୍କ ର ଅକାଳ ବିୟୋଗରେ ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ବିଜୟ କୃଷ୍ଣ ପଟ୍ଟନାୟକ, ସୌମେନ୍ଦ୍ର ସାହୁ, ଅଜିତ କୁମାର ପଟ୍ଟନାୟକ, ତୁଷାର କାନ୍ତ ନାୟକ, ଦେବବ୍ରତ ପ୍ରଧାନ ହରିଶଙ୍କର ମହାରଣା, ଅଶୋକ ବିଷୋୟୀ, ସୁନୀଲ କୁମାର ବେହେରା, ହରପ୍ରସାଦ ସାମନ୍ତ, ବ୍ରଜ କିଶୋର ପଟ୍ଟନାୟକ, ଜ୍ଞାନେନ୍ଦ୍ର ପାଢ଼ୀ, ଗୋପାଳ ଚନ୍ଦ୍ର ପାଢ଼ୀ, ଅଜିତ ସାହୁ, ପର୍ଶୁରାମ ବେହେରା, ଗୌରାଙ୍ଗ ସ୍ୱାଇଁ, ଦିପକ ରଥ, ଦେବୀ ପ୍ରସାଦ କର, ବୀରେନ୍ଦ୍ର ସୁବୁଦ୍ଧି, ଅଜୟ କୁମାର ସିଂ, ଜୟନ୍ତୀ ପାଣିଗ୍ରାହୀ, ନନ୍ଦିତା ମିଶ୍ର,ବୀଣାପାଣି ପ୍ରଧାନ, ନମିତା ସାହୁ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ର ଶେଖର ପରିଡା, ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ, ମିଡ଼ିଆ ଫୋରମ ର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ଭଏସ ଅଫ ମିଡ଼ିଆ ର ସଭାପତି ଶିବାନନ୍ଦ ପଟ୍ଟନାୟକ, ଭଏସ ଅଫ ମିଡିଆ ର କାର୍ଯ୍ୟ କାରିଣୀ ସଦସ୍ୟ ସନ୍ତୋଷ କୁମାର ଡିଗଲ, ରଂଜିତ କୁମାର ଡିଗଲ, ଦାରୁଣ ବେହେରା, ବୈଦ୍ୟନାଥ ନାୟକ, ପ୍ରେସ କ୍ଲବ ସମ୍ପାଦକ ତ୍ରିନାଥ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
