ବାରିପଦା: ମୟୂରଭଞ୍ଜ ଜିଲ୍ଲା, ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ନିକଟସ୍ଥ ବାଲିଚିତରୀ ଠାରେ ଥିବା ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣରେ ୱାର୍ଡେନ ଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଥିବାବେଳେ ଅଧକ୍ଷା କାଦମ୍ବିନୀ ରାଉତ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ମୃତକ ୱାର୍ଡେନ ଜଣକ ହେଲେ ମାଣତ୍ରୀ ଫାଣ୍ଡି ଅଧୀନ ମାନଗୋବିନ୍ଦପୁର ଉପକଣ୍ଠ ଧନାପାଳ ଗ୍ରାମର ସନ୍ୟାସୀ ଦାସ (୫୦) । ଅନ୍ୟପଟେ ସ୍ୱାମୀଙ୍କୁ ହରାଇ ମୁଣ୍ଡ ପିଟି କାନ୍ଦୁଛନ୍ତି ସନ୍ୟାସୀଙ୍କ ପତ୍ନୀ ଓ ତୁରନ୍ତ ଅପରାଧୀକୁ ଧରିବାକୁ ଦାବୀ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାଇ କଳମା ଅଞ୍ଚଳର ଡ଼ା ବିଜୟ କୁମାର ରାଉତଙ୍କର ଗଡ଼ଦେଉଳିଆ ଛକ ନିକଟସ୍ଥ ବାଲିଚିତରୀ ଠାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ନାମରେ ଘରୋଇ ବିଦ୍ୟାଳୟ ଥିବାବେଳେ ତାଙ୍କ ଭଉଣୀ କାଦମ୍ବିନୀ ରାଉତ ଉକ୍ତ ବିଦ୍ୟାଳୟରେ ଅଧକ୍ଷା ଭାବରେ କାର୍ଯ୍ୟରତ ଥିଲେ ଓ ଧନାପାଳ ଗ୍ରାମର ସନ୍ୟାସୀ ଦାସ ସେଠାରେ ଥିବା ହଷ୍ଟେଲରେ ୱାର୍ଡେନ ଭାବେ କାର୍ଯ୍ୟରତ ଥିଲେ । ତେବେ ବିଦ୍ୟାଳୟ କାମ ସରିବା ପରେ ଅଧକ୍ଷା ଅସୁସ୍ଥତା ଅନୁଭବ କରିବାରୁ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ବିଦ୍ୟାଳୟରୁ ବାହାରି ଉଭୟ ଏକ ବାଇକ ଯୋଗେ କଳମା ଛକ ନିକଟରେ ଥିବା ଡ଼ା ବିଜୟଙ୍କର କ୍ଲିନିକକୁ ଯାଉଥିବା ସମୟରେ ଠିକ ଗଡ଼ଦେଉଳିଆ ଛକ ପୁର୍ବରୁ ନିଛାଟିଆ ଜାଗାରେ କିଛି ଦୁର୍ବୁତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ । ଏହା ସହ ୱାର୍ଡେନ ସନ୍ୟାସୀଙ୍କ ବାଇକ ଏବଂ ଅଧ୍ୟକ୍ଷାଙ୍କ ଭ୍ୟାନିଟି ବ୍ୟାଗଟିକୁ ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।
ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ଅତିରିକ୍ତ ଏସପିଙ୍କ ତନାଘନା, ଘଟଣା ସ୍ଥଳରୁ ରକ୍ତଭିଜା ମାଟି, ହତ୍ୟାରେ ବ୍ୟବହୃତ ଛୁରୀ ଜବତ
ତେବେ ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ସନ୍ୟାସୀଙ୍କୁ ମୃତ ଘୋଷଣା କରିଥିଲେ କ୍ଷ କାଦମ୍ବିନୀଙ୍କ ଅବସ୍ଥା ୍ୱି ଶଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଅଛି । ଏହି ଘଟଣାକୁ ନେଇ ମୃତକଙ୍କ ଶଳା ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜ୍ଜୁ କରିବା ସହ ଶନିବାର ଅତିରିକ୍ତ ଏସପି ଅଜୟ ବାରିକ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଯାବତ ହତ୍ୟାର କାରଣ ଖୋଜି ପାଇ ନାହାଁନ୍ତି କ୍ଷ ଅନ୍ୟ ପଟେ ହତ୍ୟା ସ୍ଥଳ ଠାରୁ ୨କିଲୋମିଟର ଦୂରରେ ମଦ ବୋତଲ ସହିତ ମୃତକଙ୍କ ବାଇକ ଓ ଅଧ୍ୟକ୍ଷାଙ୍କ ଭେନିଟି ବ୍ୟାଗ ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବୈଶିଙ୍ଗା ଥାନାରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାର ପ୍ରକାଶ ।
