ବାଲିଗୁଡା : କୋଟଗଡ଼ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପରିସର ଏକ ସାମାଜିକ ସଦ୍ ଭାବନା ନେତୃତ୍ୱ ସମୂହ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ଆରମ୍ଭ କରିବା ପୂର୍ବରୁ ଆସିଥିବା ଅତିଥି ମାନଙ୍କୁ ବ୍ୟବସ୍ଥା ପ୍ରମୁଖ ପିଣ୍ଟୁ ପ୍ରଧାନୀ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ ଏବଂ ଭାରତ ମାତାଙ୍କ ଫୋଟ ଉପରେ ପୁଷ୍ପଗୁଚ୍ଛ ଦେଇ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।ତତ ପରେ ଖଣ୍ଡ ଶାରୀରିକ ପ୍ରମୁଖ ବିବେକାନନ୍ଦ ବାଡତିଆ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚୟ ପରେ ଜିଲ୍ଲା ଯୋଗ ଶିକ୍ଷକ ଗୌରଚନ୍ଦ୍ର ନାୟକ ବ୍ୟକ୍ତିଗତ ଗୀତ ଗାନ କରିଥିଲେ ଏବଂ ଖଣ୍ଡ କାର୍ଯ୍ୟବାହା ବୁଲୁ ମଲିକ ଉପସ୍ଥିତ ସମସ୍ତ ଜାତି ମୁଖ୍ୟ ମାନଙ୍କୁ ନିଜ ନିଜ ପରିଚୟ ପ୍ରଦାନ କରିବା ପାଇଁ କହିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରୁ ଜିଲ୍ଲା ପରିଯୋଜନା ସଂଯୋଜକ ଜୟସେନ ପ୍ରଧାନ ପୁଣ୍ୟ ଭୂମି ଭାରତ ଉପରେ ନିଜର ବୌଦ୍ଧିକ ରଖିଥିଲେ ।ପରବର୍ତ୍ତୀ ପର୍ଯ୍ୟରେ ଜିଲ୍ଲା ଧର୍ମ ଜାଗରଣ ସଂଯୋଜକ ଗୁରୁରାମ ପାତ୍ର କୁଟୁମ୍ବ ପ୍ରବୋଧ,ପର୍ଯ୍ୟବରଣ, ନାଗରିକ କର୍ତ୍ତବ୍ୟ, ଉପରେ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ପୂର୍ବ ପୁରୁଷ ମାନେ କେମିତି ନିଜ ପରିବାର ୍ୱର୍ଗକୁ ସମୟ ଦେଉଥିଲେ।କେମିତି ବାପା ମାଆ ମାନଙ୍କୁ ସେବା କରୁଥିଲେ ।ତତ ପରେ ଜିଲ୍ଲା ସଦ୍ ଭାବନା ସଂଯୋଜକ ବିରେନ୍ଦ୍ର ପ୍ରଧାନ ୨-ସାମାଜିକ ସମରସତା, ୩-ସ୍ୱ -ବୋଧ ,୪-ପର୍ଯ୍ୟବରଣ, ୫-ନାଗରିକ କର୍ତ୍ତବ୍ୟ ଉପରେ ନିଜର ବୌଦ୍ଧିକ ରଖିଥିଲେ ।ଆଗାମୀ ଦିନରେ କେମିତି ପଲିଥିନ ମୁକ୍ତ ହେବ ,କଣ କଲେ ସବୁଜ ଜଙ୍ଗଲ ରକ୍ଷା ,ସଂସ୍କୃତି ଭାଇଚାରା ବଜାଇ ରଖିବା ପାଇଁ ସଚେତନ କାର୍ଯ୍ୟକ୍ରମ କରିବା ବୋଲି ମାର୍ଗଦର୍ଶନ କରିଥିଲେ । ଏବଂ ଆମ ନାଗରିକ ମାନଙ୍କର କର୍ତ୍ତବ୍ୟ କଣ ଓ ପଞ୍ଚ ପରିବର୍ତ୍ତନ ଉପରେ ଆଲୋଚନା ।ଶେଷରେ ଖଣ୍ଡ ସାମାଜିକ ସଦ୍ ଭାବନା ସଂଯୋଜକ ନକୁଳ ମଲିକ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ।ସାମୁହିକ ଶାନ୍ତି ପାଠ କରି ସଭା ସାଙ୍ଗ କରାଗଲା।
