ବାଲିଗୁଡା: କନ୍ଧମାଳ ରେ କମ୍ବିଙ୍ଗ ଅପେରସନ ବେଳେ ବଡ଼ ଧରଣ ର ଅଘଟଣ ରୁ ବର୍ତିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ ଙ୍କୁ ଟାର୍ଗେଟ କରି ଜଙ୍ଗଲ ରେ ଆଇଡି ବିସ୍ପୋରକ ଖଞ୍ଜିଥିଲେ ମାଓବାଦୀ।କୋଟଗଡ଼ ଥାନା ପାରିଗଡ଼ ପଂଚାୟତ ର ବାଡ଼ୁସୀ ଗାଁ ନିକଟସ୍ଥ ଗାଙ୍ଗେରିସାରୁ ଜଙ୍ଗଲ ରେ ଚାରୋଟି ଆଇଡି ବିସ୍ପୋରକ କୁ ଜବତ ପରେ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓ ମୁକ୍ତ କନ୍ଧମାଳ ନେଇ ଡେଡ଼ ଲାଇନ ସମୟ ପାଖେଇ ଆସୁଥିବା ବେଳେ ସିଆରପିଏଫ ୧୨୭ବାଟାଲିୟନ ର “ଡି” କମ୍ପାନୀ ଓ କନ୍ଧମାଳ ପୋଲିସ ପକ୍ଷରୁ ମିଳିତ କମ୍ବିଙ୍ଗ ଅପେରସନ କରାଯାଇଥିଲା । କମ୍ବିଙ୍ଗ ଅପେରସନ ବେଳେ ଗାଙ୍ଗେରିସାରୁ ଜଙ୍ଗଲ ରୁ ବଡ଼ ଧରଣ ର ମାଓ କ୍ୟାମ୍ପ ଠାବ କରାଯାଇଛି। ମାଓ କ୍ୟାମ୍ପ ରୁ ବିପୁଳ ପରିମାଣରେ ଡିଟୋନେଟର, ଜିଲୋଟିନ, ବିସ୍ପୋରକ ଆଦି ଜବତ ହୋଇଛି । ଏଥି ସହ ମାଓ କ୍ୟାମ୍ପ ରୁ ମାଓ ବ୍ୟବହୃତ ସାମଗ୍ରୀ, ମେଡ଼ିସିନ,ବାସନ କୁସନ,ମାଓ ଆର୍ଟିକାଲ ମଧ୍ୟ ଜବତ ହୋଇଛି । ବର୍ତମାନ ଗାଙ୍ଗେରୀସାରୁ ଜଙ୍ଗଲ ରେ କମ୍ବିଙ୍ଗ ଅପେରସନ କୁ କଡାକଡି କରାଯିବା ସହ ସର୍ଚ୍ଚ ଅପେରସନ ମଧ୍ୟ ଜାରୀ ରହିଛି । ତେବେ ୩୧ମାର୍ଚ୍ଚ ସୁଦ୍ଧା କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ କରାଯିବା ନେଇ ଲକ୍ଷ ରହିଥିବା ବେଳେ ବର୍ତମାନ ମାଓ ଲିଡର ଶୁକୃ କୁ ଖୋଜୁଛି ପୋଲିସ। କନ୍ଧମାଳ ରାୟଗଡା କଳାହାଣ୍ଡି ସୀମାନ୍ତ ରେ ଟପ ମାଓନେତା ଶୁକୃ ଓ ତାର ସହଯୋଗୀ ଲୁଚି ରହିଥିବା ବେଳେ ସୁରକ୍ଷାକର୍ମୀ ଙ୍କ ପକ୍ଷରୁ ବିଭିନ୍ନ ଜଙ୍ଗଲ ରେ କମ୍ବିଙ୍ଗ ଅପେରସନ କୁ କଡାକଡି କରାଯାଉଛି।
