ବାଲିଗୁଡ଼ା : ବାଲିଗୁଡ଼ା ଥାନା ଅଂଚଳ ରୁ ରାଜ୍ୟ ବାହାର କୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ବୋଲେର ପିକଅପ ଭ୍ୟାନ ରୁ ୭ ଶହ କେଜି ଗଞ୍ଜେଇ ପୋଲିସ ପକ୍ଷରୁ ଜବତ ହୋଇଛି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନା ଆଇଆଇସି ଶିବ ରଞ୍ଜନ ସିଂଘାଙ୍କ ନେତୃତ୍ୱରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଗୁରବାର ସନ୍ଧ୍ୟା ସମୟରେ ସୁଡ୍ରା ଘାଟିରେ ପେଟ୍ରୋଲିଂ କରୁଥିବାବେଳେ ଜଙ୍ଗଲ ମଧ୍ୟରେ ଥିବା ଗଞ୍ଜେଇ ବୋଝେଇ ବୋଲେରୋ ପିକ ପିକଅପ ଭ୍ୟାନ କୁ ଜବତ କରିଥିଲେ। ଅଭିଯୁକ୍ତ ଡ୍ରାଇଭର ଗାଡ଼ି ଟିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ବୋଲେର ପିକଅପ ଭ୍ୟାନ କୁ ଯାଞ୍ଚ ସମୟରେ ଡାଲା ଉପରେ ଜରି ପାଲ ଭିତରୁ ୭ଶହ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ରୁ ଊର୍ଧ୍ୱ ହେବ ବୋଲି ଅନୁମାନ କରା ଯାଇଛି। ଏ ସମ୍ପର୍କ ରେ ବାଲିଗୁଡା ଥାନା କେସ ୭୪/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରିବା ସହ ଅଧୂକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପକ୍ଷରୁ ସୂଚନା ମିଳିଛି ।
