ନୂଆଦିଲ୍ଲୀ : ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର କିଙ୍ଗସକୁ ଏକ ବଡ଼ ଝଟକା ଲାଗିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୯ ଦିନ ପୂର୍ବରୁ ଦଳର ବୋଲିଂ ବିଭାଗ ଦୁର୍ବଳ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ ଏଲିସ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ପୂର୍ବରୁ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। ସିଏସ୍କେର ସିଇଓ କାଶୀ ିଶ୍ୱନାଥନ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ଏହା ଦଳ ପାଇଁ ଏକ ବଡ଼ କ୍ଷତି ଏବଂ ଦଳ ଏବେ ତାଙ୍କର ବିକଳ୍ପ ଖେଳାଳି ଖୋଜିବା ଆରମ୍ଭ କରିଦେଇଛି। ଏଲିସ ଚଳିତ ବର୍ଷ ଆରମ୍ଭରୁ ହିଁ ହ୍ୟାମଷ୍ଟ୍ରିଙ୍ଗ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଈଈଖ ସମୟରେ ଆହତ ହୋଇ କିଛି ମ୍ୟାଚ ଖେଳିପାରିନଥିଲେ। ଟି୨୦ ବିଶ୍ୱକପ ୨୦୨୬ରେ ସେ ସୁସ୍ଥ ହୋଇ ଅଷ୍ଟ୍ରେଲିଆ ପାଇଁ ୪ଟି ମ୍ୟାଚରେ ୫ଟି ଉଇକେଟ ନେଇଥିଲେ। ନିକଟରେ ଅଷ୍ଟ୍ରେଲିଆର ଏକ ଘରୋଇ ୱାନଡେ ଟୁର୍ଣ୍ଣାମେଣ୍ଟ ବର୍ଷୀୟ ଏଲିସଙ୍କୁ ଗତ ମେଗା ନିଲାମରେ ଚେନ୍ନାଇ ୨ କୋଟି ଟଙ୍କାର ବେସ ପ୍ରାଇସରେ କିଣିଥିଲା। ଯଦିଓ ଗତ ସିଜନରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ, ତଥାପି ଦଳ ତାଙ୍କ ଉପରେ ଭରସା ରଖି ରିଟେନ କରିଥିଲା। ୨୦୨୬ ସିଜନରେ ସେ ଦଳର ବୋଲିଂ ଆକ୍ରମଣର ଏକ ମୁଖ୍ୟ ଅଂଶ ହେବେ ବୋଲି ଆଶା କରାଯାଉଥିଲା। ବର୍ତ୍ତମାନ ଚେନ୍ନାଇ ପାଖରେ ବିଦେଶୀ ଦ୍ରୁତ ବୋଲର ଭାବେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନେରୀ ଅଛନ୍ତି। କିନ୍ତୁ ଏଲିସଙ୍କ ସ୍ଥାନ ପୂରଣ କରିବା ପାଇଁ ଦଳ କୌଣସି ନୂଆ ବିଦେଶୀ ବୋଲରଙ୍କୁ ଆଣିବ ନା ନିଜ ପାଖରେ ଥିବା ଇଂଲଣ୍ଡ ଅଲରାଉଣ୍ଡର ଜେମି ଓଭରଟନଙ୍କ ସହ ଆଗକୁ ବଢ଼ିବ, ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।
