ପୁରୀ: ଆସନ୍ତା ତା୨୭.୩.୨୦୨୬ ରିଖ,ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଶ୍ରୀରାମ ଲୀଳା ସାହିଯାତ୍ରାର ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅପରାହ୍ନ ସମୟରେ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭ ସାହିର ସମ୍ପାଦକ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସାହିଯାତ୍ରା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତି ସହିତ ଜଡ଼ିତ ,ଏହି ପ୍ରଚୀନ ପରମ୍ପରାକୁ ବଜାୟ ରଖିବାପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସଂପାଦକ ମାନେ ମତ ଦେଇଥିଲେ, ଏଣୁ ଯାତ୍ରା ପାଇଁ ଅଧିକ ଆର୍ôଥକ ଅନୁଦାନ ମଞ୍ଜୁର କରିବାକୁ ସାହି ସମ୍ପାଦପ ମାନେ ବୈଠକରେ ଗୁରୁତ୍ୱାରୋପ କରିଥିଲେ, ସାହି ମାନେ ଉତ୍ତମ ସମୋନୟ ରକ୍ଷାକରି ସାହି ପରିକ୍ରମା ପୂର୍ବକ ଯଥାସମୟରେ ସିଂହ ଦ୍ୱାର ନିକଟରେ ପହଞ୍ଚିବାକୁ ପ୍ରଶାସକ ନୀତି ପରାମର୍ଶ ଦେବା ସହିତ ସାହିଯାତ୍ରା ର ପରିକ୍ରମା ମାର୍ଗ ପରିଚ୍ଛନ୍ନ ରଖିବାକୁ ପୁରୀ ମ୍ୟୁନିସପାଲିଟି ପକ୍ଷରୁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବୈଠକରେ ପ୍ରକାଶ କରିଥିଲେ। ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
